Categories: ବାଣିଜ୍ୟ

ପ୍ରୋତ୍ସାହନ ଲୋଡିଲା ସିଆଇଆଇ

ନୂଆଦିଲ୍ଲୀ,୨୧-୩: ଦେଶର ଶିଳ୍ପ ଜଗତ ଉପରେ ପଡିଥିବା କରୋନା ପ୍ରଭାବକୁ ନଜରରେ ରଖି କନଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ (ସିଆଇଆଇ) ସରକାରଙ୍କଠରୁ ବିତ୍ତୀୟ ପ୍ୟାଜେକ ଲୋଡିଛି। ସରକାର ଶିଳ୍ପ ଜଗତ ଲାଗି ୨ ଲକ୍ଷ କୋଟି ଟଙ୍କାର ଏକ ବିତ୍ତିୟ ପ୍ୟାକେଜ ଆଣନ୍ତୁ ବୋଲି ସଂଘ ଦାବି ରଖିଛି। ଏହାବାଦ ଟିକସ ରିହାତି ଏବଂ ସୁଧ କ୍ଷେତ୍ରରେ ପଦକ୍ଷେପ ନେବା ନେଇ ସଂଘ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଛି। କରୋନା ଯୋଗୁ ବାଣିଜ୍ୟ କାରବାର ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିବା ସିଆଇଆଇ ମହାନିର୍ଦ୍ଦେଶକ ଚନ୍ଦ୍ରଜୀତ ବାନାର୍ଜୀ କହିଛନ୍ତି। ରିୟଲ ଇଷ୍ଟେଟ, ବେସାମରିକ ବିମାନ ଚଳାଚଳ, ପର୍ଯ୍ୟଟନ ଏବଂ ଆଗ୍ରିଗେଟର ଏବେ କ୍ଷତିରେ ଚାଲିଛିି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏ ନେଇ ଚିଠି ଲେଖାଯାଇଛି।

Share