Categories: ଖେଳ

ପ୍ରୋ-କବାଡ଼ି ଲିଗ୍‌:ଓ୍ବାରିୟର୍ସ-ଟାଇଟାନ୍ସ ମ୍ୟାଚ ଡ୍ର, ଯୋଦ୍ଧା ବିଜୟୀ

ଅହମ୍ମଦାବାଦ, ୧୩।୮(ପି.ଟି.)-
ପ୍ରୋ-କବାଡ଼ି ଲିଗ୍‌ରେ ସୋମବାର ବେଙ୍ଗଲ ଓ୍ବାରିୟର୍ସ ଓ ତେଲ୍‌ଗୁ ଟାଇଟାନ୍ସ ମ୍ୟାଚ ୨୯-୨୯ ପଏଣ୍ଟରେ ଡ୍ର ରହିଛି। ଉଭୟ ଦଳ ମଧ୍ୟରେ ଏହା ୫ମ ଡ୍ର। ଲିଗ୍‌ ଇତିହାସରେ ଏହା ଏକ ରେକର୍ଡ ମଧ୍ୟ। ଅନ୍ୟ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ୟୁପି ଯୋଦ୍ଧା ୩୫-୩୩ ପଏଣ୍ଟରେ ବେଙ୍ଗାଲୁରୁ ବୁଲ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ ପରେ ପଏଣ୍ଟ ଟେବୁଲରେ ଦବଙ୍ଗ ଦିଲ୍ଲୀ ଶୀର୍ଷସ୍ଥାନରେ ଅପରିବର୍ତ୍ତିତ ରହିଛି। ଏହି ଦଳକୁ ୨୬ ପଏଣ୍ଟ ମିଳିଛି। ବେଙ୍ଗାଲୁରୁ ବୁଲ୍ସ ୨୨ ଏବଂ ବେଙ୍ଗଲ ଓ୍ବାରିୟର୍ସ, ଜୟପୁର ପିଙ୍କ୍‌ ପାନ୍ଥର୍ସ, ତାମିଲ ଥଲାଇଭାସ ୨୦ ପଏଣ୍ଟ ଲେଖାଏ ପାଇ ପରବର୍ତ୍ତୀ ୪ ସ୍ଥାନ ଅଧିକାର କରିଛନ୍ତି। ଗୁଜରାଟ ଫର୍ଚ୍ୟୁନଜିଆଣ୍ଟ୍ସ, ୟୁ ମୁମ୍ବା(୧୮ ପଏଣ୍ଟ ଲେଖାଏ), ପାଟ୍‌ନା ପାଇରେଟ୍ସ, ହରିୟାଣା ଷ୍ଟିଲର୍ସ, ୟୁପି ଯୋଦ୍ଧା(୧୬ ପଏଣ୍ଟ ଲେଖାଏ), ତେଲ୍‌ଗୁ ଟାଇଟାନ୍ସ(୧୩) ଓ ପୁନେରି ପଲଟନ(୧୧) ପଛକୁ ପଛ ରହିଛନ୍ତି।

Share