Categories: ଖେଳ

ପ୍ରୋ କବାଡ଼ି ଲିଗ୍‌: ପ୍ଲେଅଫ୍‌ରେ ବୁଲ୍ସ, ୟୁ ମୁମ୍ବା

ପଞ୍ଚକୂଲା, ୩।୧୦ (ପି.ଟି.)- ଡିଫେଣ୍ଡିଂ ଚାମ୍ପିୟନ ବେଙ୍ଗାଲୁରୁ ବୁଲ୍ସ ଓ ୟୁ ମୁମ୍ବା ସହଜ ବିଜୟ ସହ ପ୍ରୋ କବାଡ଼ି ଲିଗ୍ର ପ୍ଲେଅଫ୍‌ରେ ପ୍ରବେଶ କରିଛନ୍ତି। ବୁଧବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ବୁଲ୍ସ ପଓ୍ବନ ଶେରାଓ୍ବତ୍‌ଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ୫୬-୩୯ ପଏଣ୍ଟରେ ଘରୋଇ ହରିୟାଣା ଷ୍ଟିଲର୍ସକୁ ପରାସ୍ତ କରିଛି। ଶେରାଓ୍ବତ୍‌ ଏକାକୀ ରେକର୍ଡ ୩୯ ପଏଣ୍ଟ ସ୍କୋର କରିଥିଲେ। ପୂର୍ବରୁ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ପଏଣ୍ଟ କରିବା ରେକର୍ଡ ପ୍ରଦୀପ ନରଓ୍ବାଲ (୩୪ ପଏଣ୍ଟ)ଙ୍କ ନାମରେ ରହିଥିଲା। ୨୦ ମ୍ୟାଚ୍‌ରୁ ୧୧ତମ ବିଜୟ ସହ ୬୩ ପଏଣ୍ଟ ପାଇ ବୁଲ୍ସ ଟେବୁଲର ୫ମ ସ୍ଥାନରେ ରହି ପ୍ଲେଅଫ୍‌ରେ ସ୍ଥାନ ପକ୍କା କରିଛି। ଅପରପକ୍ଷରେ ୟୁ ମୁମ୍ବା ୩୦-୨୬ ପଏଣ୍ଟରେ ପାଟନା ପାଇରେଟ୍ସକୁ ହରାଇ ପ୍ଲେଅଫ୍‌ରେ ସ୍ଥାନ ସୁରକ୍ଷିତ କରିନେଇଛି। ମୁମ୍ବା ୨୦ ମ୍ୟାଚ୍‌ରୁ ୬୪ ପଏଣ୍ଟ ପାଇ ଟେବୁଲ ତାଲିକାର ୪ର୍ଥ ସ୍ଥାନରେ ରହିଛି।

Share