Categories: ଖେଳ

ପ୍ରୋ-କବାଡ଼ି ଲିଗ୍‌ ବେଙ୍ଗଲକୁ ହରାଇଲା ହରିୟାଣା

ନୂଆଦିଲ୍ଲୀ, ୨୭ା୮ (ପି.ଟି.)- ପ୍ରୋ-କବାଡ଼ି ଲିଗ୍‌ (ପିକେଏଲ୍‌) ସିଜନ ୭ରେ ସୋମବାର ହରିୟାଣା ଷ୍ଟିଲର୍ସ ୩୬-୩୩ରେ ବେଙ୍ଗଲ ଓ୍ବାରିୟର୍ସକୁ ପରାସ୍ତ କରିଛି। ମ୍ୟାଚରେ ବିଜୟୀ ଦଳର ଷ୍ଟାର ଖେଳାଳି ଥିଲେ ବିକାଶ କାଣ୍ଡୋଲା। ସେ ୧୧ ପଏଣ୍ଟ ସ୍କୋର କରିଥିଲେ। ପିକେଏଲ କ୍ୟାରିୟରରେ ଏହା ଥିଲା ତାଙ୍କର ୧୦ମ ସୁପର -୧୦। ଥ୍ୟାଗରାଜା ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ସୋମବାର ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ପୁନେରୀ ପଲ୍‌ଟନ ବିପକ୍ଷରେ ୟୁପି ଯୋଦ୍ଧା ୩୫-୩୦ରେ ବିଜୟ ଲାଭ କରିଛି। ହରିୟାଣା ଦଳର ଏହାଥିଲା ୬ଷ୍ଟ ବିଜୟ। ଦଳ ବର୍ତ୍ତମାନ ୩୧ ପଏଣ୍ଟ ସହ ପଏଣ୍ଟ ଟେବୁଲର ୫ମ ସ୍ଥାନ ଅଧିକାର କରିଛି। ହରିୟାଣା ଏହାର ପରବର୍ତ୍ତୀ ମ୍ୟାଚ ଅଗଷ୍ଟ ୨୮ରେ ଗୁଜରାଟ ଫର୍ଚୁନ ବିପକ୍ଷରେ ଖେଳିବ।

Share