Categories: ଖେଳ

ପ୍ରୋ କବାଡ଼ି ଲିଗ୍‌: ଷ୍ଟିଲର୍ସ, ପଲ୍‌ଟନ ବିଜୟୀ

ପୁନେ, ୧୫।୯ (ପି.ଟି.)- ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌)ରେ ଶନିବାର ଅନୁଷ୍ଠିତ ୨ଟି ମ୍ୟାଚ୍‌ରେ ହରିୟାଣା ଷ୍ଟିଲର୍ସ ଓ ପୁନେରୀ ପଲ୍‌ଟନ ବିଜୟୀ ହୋଇଛନ୍ତି। ଶ୍ରୀ ଶିବ ଛତ୍ରପତି ରେସ୍‌ଲିଂ ହଲ୍‌ରେ ଅନୁଷ୍ଠିତ ଏକ ମ୍ୟାଚ୍‌ରେ ହରିୟାଣ ୪୩-୩୫ ପଏଣ୍ଟରେ ତାମିଲ ଥଲାଇଭାସକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ବିକାଶ କାଣ୍ଡୋଲା ସୁପର୍‌-୧୦ (୧୩ ପଏଣ୍ଟ) ହାସଲ କରିଥିଲେ। ପ୍ରତିପକ୍ଷ ତାମିଲ ପାଇଁ ରାହୁଲ ଚୌଧୁରୀ ସୁପର୍‌-୧୦ କରିଥିଲେ ମଧ୍ୟ ଦଳକୁ ଜିତାଇ ପାରି ନ ଥିଲେ। ତାମିଲର ଏହା ଲଗାତର ୭ମ ପରାଜୟ ଥିଲା। ଦଳ ୧୬ ମ୍ୟାଚ୍‌ରୁ ୨୭ ପଏଣ୍ଟ ପାଇ ୧୨ ଦଳୀୟ ଟେବୁଲ ତାଲିକାର ସର୍ବନିମ୍ନ ସ୍ଥାନରେ ରହିଛି। ଅପରପକ୍ଷରେ ହରିୟାଣା ୧୫ ମ୍ୟାଚ୍‌ରୁ ୧୦ମ ବିଜୟ ସହ ୫୪ ପଏଣ୍ଟ ପାଇ ଟେବୁଲର ୩ୟ ସ୍ଥାନ ହାସଲ କରିଛି। ସେହିଭଳି ଦିବସରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍‌ରେ ପୁନେରୀ ପଲଟନ୍‌ ୪୩-୩୩ରେ ଗୁଜରାଟ ଫରଚ୍ୟୁନଜିଆଣ୍ଟ୍ସକୁ ପରାସ୍ତ କରିଛି। ଉଭୟ ସମାନ ୩୪ ପଏଣ୍ଟ ଲେଖାଏ ପାଇଥିଲେ ମଧ୍ୟ ସ୍କୋର ବ୍ୟବଧାନରେ ଗୁଜରାଟ ୮ମ ଓ ପୁନେରୀ ୯ମ ସ୍ଥାନରେ ରହିଛନ୍ତି।

Share