Categories: ଖେଳ

ପ୍ରୋ କବାଡ଼ି ଲିଗ୍‌: ଷ୍ଟିଲର୍ସ, ଦବଙ୍ଗ ବିଜୟୀ

ନୂଆଦିଲ୍ଲୀ, ୨୯।୮ (ପି.ଟି.)- ପ୍ରୋ କବାଡ଼ି ଲିଗ୍‌ର ୭ମ ସଂସ୍କରଣରେ ବୁଧବାର ଖେଳାଯାଇଥିବା ୨ଟି ମ୍ୟାଚ୍‌ରେ ହରିୟାଣା ଷ୍ଟିଲର୍ସ ଓ ଦବଙ୍ଗ ଦିଲ୍ଲୀ ବିଜୟୀ ହୋଇଛି। ବିକାଶ କାଣ୍ଡୋଲିଆଙ୍କ ଦମ୍‌ଦାର ରାଇଡ୍‌ ବଳରେ ହରିୟାଣା ୪୧-୨୪ ପଏଣ୍ଟରେ ଗତ ସଂସ୍କରଣର ରନର୍ସଅପ୍‌ ଗୁଜରାଟ ଫର୍‌ଚ୍ୟୁନଜିଆଣ୍ଟସକୁ ପରାସ୍ତ କରି ପଏଣ୍ଟ ଟେବୁଲର ୩ୟ ସ୍ଥାନକୁ ଲମ୍ଫ ପ୍ରଦାନ କରିଛି। ବିକାଶ ଓ ପ୍ରଶାନ୍ତ କୁମାର ରାଇ ୮ ପଏଣ୍ଟ ଲେଖାଏ ସ୍କୋର କରିଥିଲେ। ସେହିଭଳି ଅନ୍ୟ ଏକ ମ୍ୟାଚ୍‌ରେ ଦବଙ୍ଗ ଦିଲ୍ଲୀ ୪୦-୨୪ ପଏଣ୍ଟରେ ୟୁ ମୁମ୍ବାକୁ ପରାସ୍ତ କରି ଶୀର୍ଷ ସ୍ଥାନରେ ଅପରିବର୍ତ୍ତିତ ରହିଛି। ଜୟପୁର ପିଙ୍କ ପାନ୍ଥର୍ସ, ବେଙ୍ଗଲ ଓ୍ବାରିୟର୍ସ ଓ ବେଙ୍ଗାଲୁରୁ ବୁଲ୍ସ ଯଥାକ୍ରମେ ଟେବୁଲର ୨ୟ, ୪ର୍ଥ ଓ ୫ମ ସ୍ଥାନରେ ରହିଛନ୍ତି।

Share