Categories: ଜାତୀୟ

ପ୍ରୟାଗରାଜକୁ ପୂରିଲା ବର୍ଷେ

ପ୍ରୟାଗରାଜ,୧୮।୧୦: ଧାର୍ମିକ ଓ ରାଜନୈତିକ ସ୍ତରରେ ଦେଶରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଆହ୍ଲାବାଦର ନାମ ପରିବର୍ତ୍ତନକୁ ଶୁକ୍ରବାର ବର୍ଷେ ପୂରିଛି। ୨୦୧୮ ଅକ୍ଟୋବର ୧୮ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ନାମ ପରିବର୍ତ୍ତନ କରି ପ୍ରୟାଗରାଜ ରଖିଥିଲେ। ଏହାର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି ଧନ୍ୟବାଦ ଜଣାଇଛନ୍ତି। ଏଥିପାଇଁ ନରେନ୍ଦ୍ର ଗିରି ଯୋଗୀଙ୍କୁ ‘ବ୍ରହ୍ମା’ ବୋଲି ସମ୍ବୋଧନ କରିଛନ୍ତି। ଏଥିସହ ସେ କହିଛନ୍ତି, ନାମ ପରିବର୍ତ୍ତନ କରି ଆଦିତ୍ୟନାଥ ଭଲ କାମ କରିଛନ୍ତି। ଆଜି ପ୍ରୟାଗରାଜରେ ଯେଉଁ ବିକାଶର ଗଙ୍ଗା ପ୍ରବାହିତ ହେଉଛି ତାହା କେବଳ ଯୋଗୀଙ୍କ ନିର୍ଭିକତା ନିଷ୍ପତ୍ତି ଯୋଗୁଁ ସମ୍ଭବ ହୋଇପାରିଛି। ତାଙ୍କ ଯୋଗୁ ଏଠାରେ ବହୁ ବିକଶିତ କାର୍ଯ୍ୟ ମଧ୍ୟ ହୋଇଛି। ଅନ୍ୟପଟେ ଆହ୍ଲାବାଦର ହାଇକୋର୍ଟ, ଜଙ୍କସନ୍‌ ଓ ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ କରିବାକୁ ନରେନ୍ଦ୍ର ଗିରି ପ୍ରଧାନମନ୍ତ୍ରୀ ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଦାବି କରିଛନ୍ତି।

Share