Categories: ଜାତୀୟ

ପ୍ରୟାଗରାଜରେ ପୁଣି ହେବ ଓ୍ବାର୍ଲଡ ରେକର୍ଡ

ଲକ୍ଷ୍ନୌ,୨୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି। ପ୍ରୟାଗରାଜରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ବାଗତ କରିଛନ୍ତି। ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରୟାଗରାଜର ପରେଡ ମଇଦାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୋଦି ୨୬,୭୯୧ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ମଧ୍ୟରେ ୫୬ ହଜାର ସହାୟକ ଉପକରଣ ବାଣ୍ଟିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ପ୍ରୟାଗରାଜ ପୁଣିଥରେ ଓ୍ବାର୍ଲଡ ରେକର୍ଡ ଅପେକ୍ଷାରେ ରହିଛି। ଏହି ସମୟରେ ବିଶ୍ୱର ସବୁଠାରୁ ଲମ୍ବା ଟ୍ରାଇସାଇକେଲ ପରେଡ କରାଯିବ। ଏଥିରେ ୨୯୫ ଲାଭାର୍ଥୀ ଯୋଗଦେବେ। ଏହାର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ରେକର୍ଡ ନାହିଁ। ୮ଘଣ୍ଟା ମଧ୍ୟରେ ୪୯୦୦ରୁ ଊର୍ଦ୍ଧ୍ୱ କାନରେ ମେଶିନ ଲଗାଯିବ। ବର୍ତ୍ତମାନ ଏହି ରେକର୍ଡ ଷ୍ଟାରକି ଫାଉଣ୍ଡେଶନ ନାମରେ ରହିଛି। ୩୬୦ରୁ ଊର୍ଦ୍ଧ୍ୱ ଲାଭାର୍ଥୀ ଏକାଥରେ ହ୍ବିଲଚେୟାର ଚଲାଇବେ। ଏହା ଆମେରିକାର ରେକର୍ଡକୁ ଭାଙ୍ଗିବ। ୨୦୦୦ ଲାଭାର୍ଥୀଙ୍କୁ ସାଙ୍କେତିକ ଭାଷା ପାଠ କରିବାକୁ ଉପକରଣ ବିତରଣ କରାଯାଇ ରେକର୍ଡ କରାଯିବ। ସେହିପରି ୧୨ ଘଣ୍ଟାରେ ସର୍ବାଧିକ ଟ୍ରାଇସାଇକେଲ ବିତରଣ କରିବାର ରେକର୍ଡ ମୋଦିଙ୍କ ଉପସ୍ଥିତିରେ ହେବ ବୋଲି ଜଣାପଡିଛି।

Share