Categories: ଜାତୀୟ

ପ୍ଲାଟଫର୍ମରେ ଅଯଥା ଗହଳି କରୁଥିବା ଯାତ୍ରୀଙ୍କୁ ଭୁକି ତାଗିଦ୍‌ କରୁଛି କୁକୁର: ଭିଡ଼ିଓ ଭାଇରାଲ

ଚେନ୍ନାଇ,୧୯।୧୧: ପ୍ଲାଟଫର୍ମର ସୁରକ୍ଷା ଦାୟିତ୍ୱ ଆର୍‌ପିଏଫ୍‌ ଉପରେ ନ୍ୟସ୍ତ ରହିଥାଏ। ତେବେ ଚେନ୍ନାଇରେ ପ୍ଲାଟଫର୍ମରେ ଅଯଥା ଗହଳି କରୁଥିବା ଯାତ୍ରୀଙ୍କୁ ଭୁକି ତାଗିଦ୍‌ କରୁଛି ଏକ କୁକୁର। କୁକୁର ଭୁକିବା ଶୁଣି ସେଠାରେ ତତ୍‌କ୍ଷଣାତ୍‌ ଆର୍‌ପିଏଫ୍‌ ପହଞ୍ଚି ଟ୍ରାଫିକ୍‌ ନିୟନ୍ତ୍ରଣ କରୁଛନ୍ତି। ଚେନ୍ନାଇର ପାର୍କ ଟାଉନ୍‌ ଷ୍ଟେଶନରେ ଏଭଳି କାର୍ଯ୍ୟ କରୁଛି ଏକ କଳା ରଙ୍ଗର କୁକୁର। ଟ୍ରେନ୍‌ ଲାଇନ୍‌ ପାର ହୋଇ ଅସୁରକ୍ଷିତ ଭାବେ ଆସୁଥିବା ଯାତ୍ରୀ ଏବଂ ଟ୍ରେନ୍‌ରେ ଝୁଲି ରହିଥିବା ଯାତ୍ରୀଙ୍କୁ କୁକୁରଟି ଗୋଡ଼ାଇ ଗୋଡ଼ାଇ ଭୁକୁଛି। କୌଣସି କାରଣରୁ ମାଲିକ ଘରୁ ତଡ଼ା ଖାଇବା ପରେ କୁକୁରଟି ପ୍ଲାଟଫର୍ମରେ ଆର୍‌ପିଏଫ୍‌ଙ୍କୁ ଏପରି ସହାୟତା କରୁଛି। ଏବେ ସୋସିଆଲ୍‌ ମିଡ଼ିଆରେ ଏହି କୁକୁରର ଫଟୋ ଏବଂ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି।

Share