ଭୁବନେଶ୍ୱର, ୨ା୧ (ବ୍ୟୁରୋ): ନୂଆବର୍ଷ ପାଇଁ ପଠାଣୀ ସାମନ୍ତ ପ୍ଲାନେଟାରିୟମ୍କୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆସିଛନ୍ତି। ବୁଧବାର ସକାଳ ୧୦ଟାରେୁ ରାତି ୭ଟା ମଧ୍ୟରେ ମୋଟ ୧୮୪୯ ଜଣ ପର୍ଯ୍ୟଟକ ପ୍ଲାନେଟାରିୟମ୍ ବୁଲିବା ସହ ଶୋ’ ଦେଖିଛନ୍ତି। ଗହଳିକୁ ଲକ୍ଷ୍ୟ କରି ପ୍ଲାନେଟାରିୟମ୍ ପକ୍ଷରୁ ହିନ୍ଦୀ ଓ ଓଡ଼ିଆ ଭାଷାରେ ୧୬ ଶୋ’ କରାଯାଇଥିଲାବେଳେ ମୋଟ ୪୯,୦୫୦ ଟଙ୍କା ଆଦାୟ କରାଯାଇଛି। ସେହିପରି ଡିସେମ୍ବର ୨୧ରୁ ଏଯାବତ୍ ମୋଟ୍ ୨୨,୪୪୧ଜଣ ପର୍ଯ୍ୟଟକ ପ୍ଲାନେଟାରିୟମ୍ ଆସିଥିବାବେଳେ ୪ଲକ୍ଷ ୯୩ହଜାର ୨୭୫ ଟଙ୍କା ଆଦାୟ କରାଯାଇଛି। ଗତ ୩୦ବର୍ଷ ମଧ୍ୟରେ ଏହା ସର୍ବାଧିକ ବୋଲି ପ୍ଲାନେଟାରିୟମ୍ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।