ପ୍ଲାଷ୍ଟିକ୍‌ରୁ ତିଆରି ହେଲା ସୁନା: ଏବେ ପ୍ଲାଷ୍ଟିକ୍‌ ବର୍ଜ୍ୟର ଆଉ ରହିବ ନାହିଁ ଭୟ !

ଲଣ୍ଡନ,୧୩।୧: ପରିବେଶକୁ ଅଧିକ ପ୍ରଦୂଷିତ କରୁଥିବା ପ୍ଲାଷ୍ଟିକରୁ ଏବେ ସୁନା ତିଆରି ସମ୍ଭବ। ସୁଇଜରଲାଣ୍ଡର ବୈଜ୍ଞାନିକ ପ୍ରଥମ ଥର ପାଇଁ ପ୍ଲାଷ୍ଟିକ୍‌ରୁ ସୁନା ତିଆରି କରିବାକୁ ସକ୍ଷମ ହୋଇଛନ୍ତି। ପ୍ଲାଷ୍ଟିକ୍‌ରୁ ତିଆରି ହୋଇଥିବା ୧୮ କ୍ୟାରେଟ୍‌ ସୁନା ପ୍ରକୃତ ସୁନାଠାରୁ ୧୦ ଗୁଣା ହାଲକା ବୋଲି ବୈଜ୍ଞାନିକ ସୂଚିତ କରିଛନ୍ତି। ଏହାର ଘନତ୍ୱ ୧.୭ ରହିଛି। ଏହାର ଚମକ ପ୍ରକୃତ ସୁନା ଭଳି । ସମ୍ପ୍ରତି ପୃଥିବୀର ଜନସଂଖ୍ୟା ୭୬୦ କୋଟିରୁ ଅଧିକ। ପୃଥିବୀ ପୃଷ୍ଠରେ ୯୧୦ କୋଟି ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ ବସ୍ତୁ ରହିଛି। ଅର୍ଥାତ୍‌ ପ୍ରତି ଲୋକ ପିଛା ୧.୨ ଟନ୍‌ ପ୍ରଦୂଷିତ ପ୍ଲାଷ୍ଟିକ୍‌ର ବୋଝ ରହିଛି। ତେବେ ଏହି ନୂତନ ଉଦ୍‌ଭାବନ ଦ୍ୱାରା ପ୍ଲାଷ୍ଟିକ୍‌ ପ୍ରଦୂଷଣରୁ ମୁକ୍ତି ମିଳି ପାରିବ ବୋଲି ବୈଜ୍ଞାନିକ କହିଛନ୍ତି।

Share