ପ୍ଲାଷ୍ଟିକ୍‌ କପ୍‌ରେ ଚା’ ପିଉଥିଲେ ହୁଅନ୍ତୁ ସାବଧାନ…

କେତେକଙ୍କର ଚା’ ପିଇବା ଅଭ୍ୟାସ ଥାଏ। ତେବେ ବାହାରେ ପ୍ଲାଷ୍ଟିକ୍‌ କପ୍‌ରେ ଚା’ ପିଉଥିଲେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। କାରଣ ଏହା ମଧ୍ୟରେ ଥିବା ପ୍ଲାଷ୍ଟିକ୍‌ କୋଟିଂ ତାପମାତ୍ରା ଯୋଗୁ ଏକ ପ୍ରକାର ପ୍ରତିକ୍ରିୟା କରିଥାଏ। ଏଥିରୁ ସୃଷ୍ଟି ହେଉଥିବା ରାସାୟନିକ କ୍ରିୟା ଯୋଗୁ ୫୨ ପ୍ରକାର କର୍କଟ ରୋଗ ସୃଷ୍ଟି ହୋଇଥାଏ। ଏନେଇ ଆମେରିକା କେମିକାଲ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି। ସେହିପରି ପଲିଥିନ୍‌ ପେପରରେ ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ଏସବୁ କର୍କଟ ରୋଗ ଦେଖାଦେବା ଆଶଙ୍କା ରହିଥାଏ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

Share