Categories: ଜାତୀୟ

ପ୍ଲାଷ୍ଟିକ୍‌ ବର୍ଜ୍ୟ ପଦାର୍ଥରୁ ହେବ ଟାଇଲ୍ସ୍‌ ନିର୍ମାଣ

ଡେରାଡୁନ୍‌,୪।୭: ଦେଶରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ପଦାର୍ଥ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏହାଯୋଗୁ ପ୍ରଦୂଷଣ ବୃଦ୍ଧି ପାଇଛି। ତେବେ ଉତ୍ତରଖଣ୍ଡ ଚାମୋଲି ମ୍ୟୁନିସିପାଲିଟି ପକ୍ଷରୁ ଏଭଳି ପଦାର୍ଥରୁ ପରିବେଶ ଉପଯୋଗୀ ଟାଇଲ୍ସ୍‌ ପ୍ରସ୍ତୁତ କରାଯିବାର ଯୋଜନା ହୋଇଛି। ପ୍ରତିଦିନ ଏଠାରେ ୬ରୁ ୭ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ ପଦାର୍ଥ ସୃଷ୍ଟି ହୋଇଥାଏ। ଏହାକୁ ସଂଗ୍ରହ କରି ଟାଇଲ୍ସ୍‌ ନିର୍ମାଣ କରାଯିବ ବୋଲି ଚାମୋଲି ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଅନୀଲ ପନ୍ତ ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପରେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହି ଟାଇଲ୍ସ୍‌ଗୁଡ଼ିକୁ ରାସ୍ତା ପାର୍ଶ୍ୱରେ ହେଉଥିବା ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି।

Share