ପାଟନା,୧୪।୭: ମୌସୁମୀ ବର୍ଷାରେ ବିହାରର ଅଧିକାଂଶ ଅଞ୍ଚଳରେ ବନ୍ୟାଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଶନିବାର ବିହାରର ଫରବେଶଗଞ୍ଜ ଅଞ୍ଚଳରେ ବିବାହ ପରେ ନବ ଦମ୍ପତି ରାସ୍ତା ପାର ହେବାରେ ଅସୁବିଧା ସୃଷ୍ଟି ହୋଇଥିଲା। କାରଣ ସମ୍ପୂର୍ଣ୍ଣ ରାସ୍ତାଟି ଜଳମଗ୍ନ ହୋଇ ଯାଇଥିଲା। ତେବେ ଏହି ନ ଦମ୍ପତିଙ୍କୁ ଲୋକେ ନିଜ ହାତରେ ପ୍ଲାଷ୍ଟକ ଡ୍ରମରେ ଭେଳା ତିଆରି କରି ତା’ରି ମାଧ୍ୟମରେ ରାସ୍ତା ପାର କରାଇଥିଲେ। ଭିଡିଓରେ ଦେଖିବାକୁ ମିଳିଛି କି ଉକ୍ତ ଭେଳା ଉପରେ ନବ ବିବାହିତ ଦମ୍ପତି ବସିଥିବା ବେଳେ ଏହାକୁ ୨-୪ ଜଣ ଲୋକେ ଭସାଇ ଭସାଇ ନେଉଛନ୍ତି। ସେହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଠାକାର ବନ୍ୟା ପରିସ୍ଥିତିକୁ ଦେଖି ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ଡଙ୍ଗା ଯୋଗାଇ ନ ଦିଆଯାଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।