Categories: ଫୁରସତ

ପ୍ଲାଷ୍ଟିକ ବଦଳରେ କାଚ, ମେଟାଲ ବୋତଲରେ ସପ୍ଲାଏ ହେବ କ୍ଷୀର

ଓ୍ବାଶିଂଟନ୍‌,୧୩ା୩ : ପ୍ଲାଷ୍ଟିକ ମୁକ୍ତ ପାଇଁ ଆମେରିକା ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି। ଏଣିକି କ୍ଷୀର ପ୍ଲାଷ୍ଟିକ ବଦଳରେ କାଚ ଏବଂ ମେଟାଲ ବୋତଲରେ ସପ୍ଲାଏ ହେବ ବୋଲି ଆମେରିକାର କମ୍ପାନି ଲୁପ୍‌ ପକ୍ଷରୁ କୁହାଯାଇଛି। ‘ଦ ମିଲ୍କ ମ୍ୟାନ୍‌’ ସ୍ଥାନରେ ‘କ୍ଷୀରବାଲା’ ଜରିଆରେ ଏହା ଯୋଗାଣ ହେବ। ଖାଲି କ୍ଷୀର ନୁହେଁ, ପ୍ଲାଷ୍ଟିକ୍‌ରେ ଯୋଗାଣ କରାଯାଉଥିବା ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ବନ୍ଦ କରାଯିବ। ଏପରି ଲକ୍ଷେ ଟନ୍‌ ପ୍ଲାଷ୍ଟିକ୍‌ ଦୂର କରିବାକୁ କମ୍ପାନି ପ୍ରତିଶ୍ରୁତିବଦ୍ଧ।
କମ୍ପାନିର ସଂସ୍ଥାପକ ଏବଂ ରିସାଇକ୍ଲିଂ ପାଇଁ ପ୍ରସିଦ୍ଧ ଟେରାସାଇକଲ କମ୍ପାନିର ମୁଖ୍ୟ ଟମ୍‌ ସଜାକି କହିଛନ୍ତି, ଏହି କଥା ଆମେରିକାର ନୂଆପିଢ଼ି ମଧ୍ୟ ମନେ ରଖିବେ। କମ୍ପାନି ୟୁରୋପ ଏବଂ ବ୍ରିଟେନ୍‌ରେ ଏହି କନ୍‌ସେପ୍ଟ ଆରମ୍ଭ କରିଛି। ଏହା ପରେ କାନାଡା, ଜର୍ମାନୀ ଏବଂ ଜାପାନରେ ମଧ୍ୟ ଏହି ପଦକ୍ଷେପ ନିଆଯିବ ବୋଲି ଘୋଷଣା କରାଯାଇଛି।

Share