Categories: ଜାତୀୟ

ପ୍ଲାଷ୍ଟିକ ବଦଳରେ ମିଳୁଛି କ୍ଷୀର

ପଞ୍ଚକୁଲା,୨୬।୧୨: ହରିୟାଣାର ପଞ୍ଚକୁଲାରେ ଏବେ ଲୋକଙ୍କୁ ପ୍ଲାଷ୍ଟିକ ବଦଳରେ କ୍ଷୀର ମିଳୁଛି। ପଞ୍ଚକୁଲା ନଗର ନିଗମ ପକ୍ଷରୁ ଏବେ ଏମିତି ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ୧ କିଲୋ ପ୍ଲାଷ୍ଟିକ ଅବା ୧୦ଟି ପ୍ଲାଷ୍ଟିକ ବୋତଲ ବଦଳରେ ଗୋଟିଏ ପ୍ୟାକେଟ(୫୦୦ଗ୍ରାମ) କ୍ଷୀର ଦିଆଯାଉଛି। ପଞ୍ଚକୁଲାକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା କୁହନ୍ତି ଏକ୍ଜିକ୍ୟୁଟିଭ ଅଫିସର ଜେ. ସିଂ। ଏହି ସୁବିଧା ପଞ୍ଚକୁଲାର ବିଭିନ୍ନ ଭିଟା ବୁଥରେ ମିଳିପାରୁଛି। ସହରକୁ ଟପ୍‌ ୨୦ ପ୍ଲାଷ୍ଟିକ ମୁକ୍ତ ସହରରେ ସାମିଲ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ନଭେମ୍ବର ୧ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ପାଖାପାଖି ୫ ଟନ୍‌ ପ୍ଲାଷ୍ଟିକ ସଂଗ୍ରହ ହେବା ସହ ଏହାକୁ ରିସାକ୍ଲିଂ ପାଇଁ ପଠାଯାଇଥିବା କୁହାଯାଇଛି। ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚକୁଲାକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଏଠାରେ ପ୍ଲାଷ୍ଟିକ ବ୍ୟବହାରକୁ ବ୍ୟାନ୍‌ କରାଯାଇଛି।

Share