Categories: ଫୁରସତ

ପ୍ଲାଷ୍ଟିକ ବିରୋଧରେ ଲଢେଇ: ଇଟାଲି ରେଷ୍ଟୁରାଣ୍ଟରେ ପାସ୍ତା ଷ୍ଟ୍ର’ ବ୍ୟବହାର

ପୃଥିବୀକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ଅଭିଯାନ ଏବେ ଜୋର୍‌ ଧରିଛି। ତେଣୁ ବିଭିନ୍ନ ପ୍ଲାଷ୍ଟିକ୍‌ ଜିନିଷର ବିକଳ୍ପ ତିଆରି କରାଗଲାଣି। ନିକଟରେ ଇଟାଲିର କିଛି ରେଷ୍ଟୁରାଣ୍ଟରେ ବି ଏମିତି କିଛି ପଦକ୍ଷେପ ନିଆଯାଇଛି, ଯାହା ବେଶ୍‌ ପ୍ରେରଣାଦାୟକ। ଏଠାରେ କୌଣସି ଡ୍ରିଙ୍କ ପିଇବା ପାଇଁ ପ୍ଲାଷ୍ଟିକ୍‌ର ଷ୍ଟ୍ର’ ବ୍ୟବହାର କରାଯାଇ ନ ଥାଏ। ବରଂ ବ୍ୟବହାର କରାଯାଏ ପାସ୍ତାର ଷ୍ଟ୍ର’। ଏହି ଷ୍ଟ୍ର ତିଆରି କରିବା ପାଇଁ ଏକ କମ୍ପାନୀ ବି ସେଠାରେ ଗଢି ଉଠିଛି, ଯାହାର ନାଁ ‘ଷ୍ଟ୍ରୁଡଲସ୍‌’। ଏହି ଷ୍ଟ୍ର ଡ୍ରିଙ୍କ୍‌ରେ ଏକ ଘଣ୍ଟା ପର୍ଯ୍ୟନ୍ତ ରହିପାରେ। ଏହା ସ୍ବାଦହୀନ ଏବଂ ଖରାପ ହୋଇଗଲେ କମ୍ପୋଷ୍ଟଭାବେ ବ୍ୟବହାର କରାଯାଇପାରେ। କମ୍ପାନୀର ମାଲିକ ମାକ୍ସିମ୍‌ ଗେଲମାନ୍‌ କହନ୍ତି, ‘ଏହି ଛୋଟିଆ ପ୍ରୟାସ ହେଉଛି ଆମର ପ୍ଲାଷ୍ଟିକ ବିରୋଧରେ ପ୍ରଥମ ଲଢେଇ। ଆଗକୁ ଆହୁରି ଅନେକ ପଦକ୍ଷେଦ ନେବା ବାକି ରହିଛି।’

Share