Categories: ଜାତୀୟ

ପ୍ଲାଷ୍ଟିକ ବୋତଲରେ ତିଆରି ହେବ ଅଙ୍ଗନଓ୍ବାଡି କେନ୍ଦ୍ର

ଗୁଆହାଟି,୯।୨: ଆସାମର ହୈଲାକାଣ୍ଡି ଜିଲାରେ ଏକ ଅଙ୍ଗନଓ୍ବାଡି କେନ୍ଦ୍ର ପ୍ରାକୃତିକ ଭାବେ ନଷ୍ଟ ନ ହେଉଥିବା ପଦାର୍ଥ ଓ ମାଟି ଭର୍ତ୍ତି ପ୍ଲାଷ୍ଟିକ ବୋତଲରେ ନିର୍ମାଣ କରାଯିବାକୁ ଯୋଜନା କରାଯାଇଛି। ଆଡିଶନାଲ ଡେପୁଟି କମିଶନର ଆର୍‌ କେ. ଦାମ ଏହି ସୂଚନା ଦେଇଛନ୍ତି। ସିଂଘଲା ଅଞ୍ଚଳର ଲାଲା ବ୍ଲକରେ ୩.୪୬ ଲକ୍ଷ ଟଙ୍କା ବ୍ୟୟରେ ଏହା ନିର୍ମାଣ କରାଯିବ। ଏଥିରେ ଜିଲା ପ୍ରଶାସନ ବ୍ୟତୀତ ୟୁଏନ୍‌ଡିପି, ରାଜ୍ୟ ଶିକ୍ଷା, ସାମାଜିକ କଲ୍ୟାଣ ଓ ପିଡବ୍ଲୁଡି ଏଥିରେ ସାମିଲ ହେବେ। ମାଟିରେ ଭର୍ତ୍ତି ବୋତଲକୁ ଯୋଡିବା ପାଇଁ ତରଳ ସିମେଣ୍ଟ ବ୍ୟବହାର କରାଯିବ। ଏହି ଜୈବିକ ଇଟାରେ କଣା କରି ଏହାକୁ ଭୂକମ୍ପ ନିରୋଧକ କରାଯିବ। ପ୍ଲାଷ୍ଟିକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଏଭଳି କରାଯାଇଥିବା ସୂଚନା ମିଳିଛି।

Share