Categories: ଜାତୀୟ

ପ୍ଲାଷ୍ଟିକ ବୋତଲରେ ବନ୍ଦୀ ହେଲା ମଣିଷ

କୋଚି,୩୧।୧୨: ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ଉପରେ କିକି ପ୍ରଭାବ ପକାଇଥାଏ ତାକୁ ନେଇ ଏବେ ଜନ ସଚେତନତା ସୃଷ୍ଟି କରାଯାଉଛି। କେରଳର କୋଚିରେ ଏବେ ପ୍ଲାଷ୍ଟିକର ବ୍ୟବହାରକୁ ନେଇ ଏମିତି ଏକ କଳାକୃତି ପ୍ରଦର୍ଶନ କରାଯାଇଛି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ପ୍ଲାଷ୍ଟିକ ବୋତଲରେ ତିଆରି କରାଯାଇଥିବା ଏହି କଳାକୃତି ମାଧ୍ୟମରେ ମଣିଷ କିଭଳି ପ୍ଲାଷ୍ଟିକ ବଳୟରେ ବାନ୍ଧି ହୋଇଯାଇଛି ତାହା ପ୍ରଦର୍ଶିତ କରାଯାଇଛି। ଏହାଦ୍ୱାରା ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ସଚେତନତା ସୃଷ୍ଟି କରାଯାଇଛି। ଏବେଠାରୁ ଯଦି ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରା ନ ଯାଏ ତେବେ ଭବିଷ୍ୟତରେ ମଣିଷ ପ୍ଲାଷ୍ଟିକ ବଳୟରେ ରହିବ ବୋଲି ଏଥିରେ ଦର୍ଶାଯାଇଛି। ସେଥିପାଇଁ ପ୍ରତି ବୋତଲରେ ଗୋଟିଏ ଲେଖା ମଣିଷର ଛବିକୁ ରଖାଯାଇଛି।

Share