Advertisement

ପ୍ଲାଷ୍ଟିକ ମୁକ୍ତ ଅଭିଯାନ

ଭବାନୀପାଟଣା,୭।୮(ଡି.ଏନ.ଏ.): ଭବାନୀପାଟଣା ସହରସ୍ଥିତ ବ୍ରଜ ମୋହନ ଉଚ୍ଚବିଦ୍ୟାଳୟ ପରିସରରେ ଇକୋ କ୍ଲବ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ, ସାମୂହିକ ଚାରାରୋପଣ ଓ ସଚେତନ ସଭା ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସବିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଦକ୍ଷିଣ ବନଖଣ୍ଡ ଡିଏଫଓ ଟି. ଅଶୋକ କୁମାର ମୁଖ୍ୟଅତିଥି, ପ୍ରକୃତି ବନ୍ଧୁ ରବିନ୍ଦ୍ର ପଟ୍ଟନାୟକଜ ଓ ଡ. ଉମେଶଚନ୍ଦ୍ର ଶତପଥୀ ସମ୍ମାନିତ ଅତିଥି ଯୋଗଦେଇ ଉଦବୋଧନ ଦେଇଥିଲେ। ଇକୋ କ୍ଲବ ଦାୟିତ୍ୱରେ ଥିବା ଶିକ୍ଷକ ପ୍ରକାଶ ନିସଙ୍କ ସ୍ବାଗତ ଭାଷଣ ଓ ଦଧିଚନ୍ଦ୍ର ସାହୁହ ଧନ୍ୟବାଦ ଦେଇଥିଲେ। ଏହି ଉପଲକ୍ଷେ ଆୟୋଜିତ ପ୍ରବନ୍ଧ, ବକୃତା ଓ ଚିତ୍ରାଙ୍କ ପ୍ରତିଯୋଗିତା କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ଶରତ ପୁରୋହିତ, ଗୋରେଖଚନ୍ଦ୍ର ସାହୁ, ପ୍ରଦୀପ ନେଗୀ, ନରେଶ ଦାସ, ମଙ୍ଗଳୁ ପ୍ରଧାନ, ରାମଶଙ୍କର ମହାପାତ୍ର, ମୁରଲୀ ଦୀପ, ରଶ୍ମିତା କୁମାରୀ ପ୍ରଧାନ, ସୁପ୍ରିୟା ମିଶ୍ର, ଗୀତାଞ୍ଜଳୀ ମଣ୍ଡଳ, ଗୀତା ପଟ୍ଟନାୟକ, କୁରୁକ୍ଷେତ୍ର ନାଏକ, ରମେଶ ପ୍ରଧାନ, ରୋସନଲାଲ ପ୍ରଧାନ, ରିଙ୍କୁ ଭୋଇ ପ୍ରମୁଖ ସହଯୋଗ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel