ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନରେ ତାମିଲନାଡୁ ଇଞ୍ଜିନିୟରିଂ ଛାତ୍ରଙ୍କ ସଚେତନତା ପଦଯାତ୍ରା

ଭୋଗରାଇ, ୨।୯(ଡ଼ି.ଏନ୍‌.ଏ.): ତାମିଲନାଡୁ ମେକାନିକାଲ ଇଞ୍ଜିନିୟରିଂର ଛାତ୍ର ଇନସନଇବେଲ ଜୋଶେଫ ରାଜ ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ପାଇଁ ଅଣ୍ଟା ଭିଡିଛନ୍ତି। ଏଥିପାଇଁ ସେ ଏକ ସଚେତନତା ବାର୍ତ୍ତା ନେଇ ପଶ୍ଚିମବଙ୍ଗ ହାୱଡ଼ାରୁ ୧୮୦ କିଲୋମିଟର ପଦଯାତ୍ରା କରି ସୋମବାର ବାଲେଶ୍ୱର ଜିଲା ଭୋଗରାଇରେ ପହଞ୍ଚିଛନ୍ତି। ପଦଯାତ୍ରା ବେଳେ ସେ ବିଭିନ୍ନ ସ୍ଥାନରେ ଅଟକି ଦୋକାନ ବଜାର, ରାସ୍ତାଘାଟରେ ଲୋକଙ୍କୁ ପ୍ଲାଷ୍ଟିକ ବ୍ୟବହାରର ଭୟାବହତା ବିଷୟରେ ସଚେତନତା କରିଛନ୍ତି। ଏଥିସହ ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, ପଣ୍ଡିଚେରୀ, କେରଳ, କର୍ନାଟକ, ଗୁଜୁରାଟ ଆଦି ରାଜ୍ୟ ବୁଲି  ଲୋକଙ୍କୁ ସଚେତନତା କରାଇବେ ବୋଲି କହିଛନ୍ତି। ଅନ୍ୟପଟେ ତାଙ୍କର ଏହି ଦୁଃସାହସିକ ଓ ମହତ ପ୍ରୟାସକୁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଇଛି।

Share