Categories: ଖେଳ

ପ୍ଲିସ୍‌କୋଭା ଫାଇନାଲରେ

ବେଜିଂ, ୧୫ା୯ (ଏଏଫ୍‌ପି)- ବିଶ୍ୱର ଦୁଇ ନମ୍ବର ମାନ୍ୟତାପ୍ରାପ୍ତ କାରୋଲିନା ପ୍ଲିସକୋଭା ଡବ୍ଲ୍ୟୁଟିଏ ଝେଙ୍ଗ୍‌ଝୋ ଓପନ୍‌ ଟେନିସ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ସେ ଅଜ୍‌ଲା ତୋମଲଜାନୋଭିଚ୍‌ଙ୍କୁ ୬-୩, ୬-୨ ସେଟ୍‌ରେ ହରାଇ ଦେଇଛନ୍ତି। ଚଳିତ ବର୍ଷ ଏହା ହେଉଛି ତାଙ୍କ ୫ମ ଫାଇନାଲ। ଚେକ୍‌ ରିପବ୍ଲିକର ଏହି ୨୭ ବର୍ଷୀୟ ଖେଳାଳିଙ୍କୁ ଏଠାରେ ଟପ୍‌ ସିଡ୍‌ ମାନ୍ୟତା ମିଳିଛି। କ୍ରୋଏସିଆ ଜନ୍ମିତ ଅଷ୍ଟ୍ରେଲୀୟ ଖେଳାଳିଙ୍କୁ ହରାଇବା ଲାଗି ସେ ମାତ୍ର ୬୯ ମିନିଟ ସମୟ ନେଇଥିଲେ। ପ୍ଲିସ୍‌କୋଭା ରବିବାର ଫାଇନାଲରେ ପେଟ୍ରା ମାର୍ଟିକଙ୍କୁ ଭେଟିବେ। ସପ୍ତମ ସିଡ୍‌ ତଥା କ୍ରୋଏସିଆର ମାର୍ଟିକ ଅନ୍ୟ ଏକ ସେମିଫାଇନାଲରେ ୬-୦, ୬-୩ ସେଟ୍‌ରେ ଫ୍ରାନ୍ସର ଅଣ ସିଡ୍‌ କ୍ରିଷ୍ଟିନା ମ୍ଲାଡେନୋଭିଚ୍‌ଙ୍କୁ ହରାଇ ଦେଇଛନ୍ତି।

Share