Categories: ବାଣିଜ୍ୟ

ପ୍ୟାକେଜରେ ନୂଆ ସହାୟତା ପ୍ରାୟ ୧୩ ଲକ୍ଷ କୋଟି

ନୂଆଦିଲ୍ଲୀ,୧୪।୫: କରୋନା ଭାଇରସ୍‌ ବିରୋଧରେ ଲଢ଼ିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଏହା ମଧ୍ୟରେ ନୂଆ ସହାୟତା ପ୍ରାୟ ୬୦% ବା ୧୨ରୁ ୧୩ ଲକ୍ଷ କୋଟି ଟଙ୍କା ହେବ ବୋଲି ଜଣାପଡିଛି। ସରକାର ପୂର୍ବରୁ କିଛି ଆର୍ଥତ୍କ ଏବଂ ବିତ୍ତୀୟ ସହାୟତା ଘୋଷଣା କରିଛନ୍ତି। ଏହା ମଧ୍ୟରେ ରିଜର୍ଭ ବ୍ୟାଙ୍କର ବିଭିନ୍ନ ଘୋଷଣା ସାମିଲ ରହିଛି। ସରକାର ମାର୍ଚ୍ଚରେ ୧.୭ ଲକ୍ଷ କୋଟି ଟଙ୍କାର ଆର୍ଥତ୍କ ସହାୟତା ଘୋଷଣା କରିଥିଲେ। ସେହିଭଳି ରିଜର୍ଭ ବ୍ୟାଙ୍କ ନଗଦ ସହାୟତା ଭାବେ ମାର୍ଚ୍ଚରେ ୩.୭ ଲକ୍ଷ କୋଟି ଏବଂ ଏପ୍ରିଲରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲା। ଏଥିରେ ମଧ୍ୟ ଯଦି ରିଜର୍ଭ ବ୍ୟାଙ୍କର ପଦକ୍ଷେପକୁ ଘୋଷଣା କରାଯାଏ ତେବେ ଏହା ୧୦ ଲକ୍ଷ କୋଟି ଟଙ୍କାକୁ ଖସିବ ବୋଲି ଡିସିବି ବ୍ୟାଙ୍କର ଅର୍ଥନୀତିଜ୍ଞ ରାଧିକା ରାଓ କହିଛନ୍ତି। ବର୍ତ୍ତମାନ ମାନ୍ଦାବସ୍ଥା ଲାଗି ରହିଥିବାରୁ ଏହାର ପ୍ରଭାବ ଲୋକଙ୍କ ଆୟ, ନିଯୁକ୍ତି ଏବଂ ବାଣିଜ୍ୟର ସ୍ଥିରତା ଉପରେ ପଡିଛି। ରିପୋର୍ଟରେ କୁହାଯାଇଛି ଯେ, ସରକାରଙ୍କ ରାଜସ୍ବ ଏବେ କମିଛି। ବଜେଟରେ ବିତ୍ତୀୟ ନିଅଣ୍ଟ ୩.୫% ଧାର୍ଯ୍ୟ କରାଯାଇଥିବା ବେଳେ ଏହା ୫.୫% ଛୁଇଁବ ବୋଲି କୁହାଯାଉଛି। ନୂଆ ଘୋଷଣା ଦ୍ୱାରା ବିତ୍ତୀୟ ନିଅଣ୍ଟ ଆହୁରି ବଢ଼ିଯିବ।

Share