Categories: ଖେଳ

ଫକନର ସମଲିଙ୍ଗୀ ନୁହଁନ୍ତି

ମେଲବୋର୍ନ, ୧ା୫ (ପି.ଟି.)-ଅଷ୍ଟ୍ରେଲିଆନ ଅଲରାଉଣ୍ଡର ଜେମ୍ସ ଫକନର ସମଲିଙ୍ଗୀ ନୁହଁନ୍ତି। ମଙ୍ଗଳବାର ଏ ବିଷୟରେ ସେ ସଫେଇ ଦେଇଛନ୍ତି।  ସୋମବାର ଫକ୍‌ନର ତାଙ୍କ ୨୯ତମ ଜନ୍ମ ଦିବସ ପାଳନ କରିଥିଲେ। ଏହି ଅବସରରେ ସୋସିଆଲ ମିଡିଆରେ  ସେ ଓ ତାଙ୍କ ମା’ ରୋଜଲିନ୍‌ ଫକନର ଏବଂ ବୟଫ୍ରେଣ୍ଡ ରବର୍ଟ ଜବ୍‌ଙ୍କ ମିଳିତ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏଥିରେ ରବର୍ଟଙ୍କୁ ତାଙ୍କ ହାଉସ୍‌ମେଟ୍‌ ଏବଂ ଉଭୟେ ୫ବର୍ଷ ହେଲା ଏକତ୍ର ରହିଆସୁଛନ୍ତି ବୋଲି ଉଲ୍ଲେଖ କରିଥିଲେ। ଫଳସ୍ବରୂପ ଫକନର ଜଣେ  ସମଲିଙ୍ଗୀ ବୋଲି ଧାରଣା ସୃଷ୍ଟି ହୋଇଥିଲା।  ସୋସିଆଲ ମିଡିଆରେ ଏହି ଫଟୋ ଖୁବ୍‌ ଭାଇରାଲ ହୋଇଥିଲା। ଫକ୍‌ନରଙ୍କ କେତେକ ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ। କିନ୍ତୁ ଏହି ଅଷ୍ଟ୍ରେଲୀୟ କ୍ରିକେଟର ମଙ୍ଗଳବାର ନିଜେ ସମଲିଙ୍ଗୀ ନୁହଁନ୍ତି ବୋଲି ସଫେଇ ଦେଇଛନ୍ତି। ସୋମବାର ରାତିରେ ମୁଁ ଯେଉଁ ଫଟୋ ପୋଷ୍ଟ କରିଥିଲି ସେଥିରୁ ଭୁଲ ବୁଝାମଣା ହୋଇଛି। ରବର୍ଟ ପ୍ରକୃତରେ ମୋର ଜଣେ ଘନିଷ୍ଠ ବନ୍ଧୁ ଏବଂ ବିଜନେସ୍‌ ପାର୍ଟନର। ଅନ୍ୟପକ୍ଷରେ କ୍ରିକେଟ ଅଷ୍ଟ୍ରେଲିଆ ଏଥିପାଇଁ ଫକନରଙ୍କୁ କ୍ଷମାଭିକ୍ଷା କରିବା ଲାଗି କହିଛି। ଜଣେ ପ୍ରତିଷ୍ଠିତ ଖେଳାଳି ହିସାବରେ ଏହିି ଜୋକ୍‌ ଶୋଭା ପାଏନି ବୋଲି କହିଛି।

Share