ଫକୀରମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ: ‘ରାଜନୀତି, ପ୍ରଶାସନଠାରୁ ଶିକ୍ଷାନୁଷ୍ଠାନ ମୁକ୍ତ ରହୁ’

ବାଲେଶ୍ୱର ଅଫିସ,୪।୩: ବାଲେଶ୍ୱର ଜିଲା ରେମୁଣା ସ୍ଥିତ ବ୍ୟାସବିହାର ଠାରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବ ବୁଧବାର ପୂର୍ବାହ୍ନ ୧୦ଟା ସମୟରେ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ପୂର୍ବତନ ଅଧ୍ୟକ୍ଷ ତଥା କିଟ୍‌ର ଭାଇସ୍‌ ଚାନ୍ସଲର ପ୍ରଫେସର ବେଦ୍‌ ପ୍ରକାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷକ, ଛାତ୍ର ଏବଂ ପ୍ରଶାସନ ଅଧିକାରୀ ଓ ରାଜନୈତିକ ନେତାଙ୍କ ଭଳି ୩ଟି ସ୍ତମ୍ଭ ଉପରେ ବକ୍ତବ୍ୟ ରଖିଥିଲେ। ଶିକ୍ଷକମାନେ ଗବେଷଣା ଉପରେ ଗୁରୁତ୍ୱ ଦେଇ ଛାତ୍ରୀଛାତ୍ରମାନଙ୍କୁ ଶିକ୍ଷାରେ ସହଯୋଗ କଲେ ଶିକ୍ଷା ସଫଳତାର ଶୀର୍ଷରେ ପହଞ୍ଚି ପାରିବ ବୋଲି କହିବା ସହିତ ଛାତ୍ରୀଛାତ୍ରମାନେ ଆମତ୍ବିଶ୍ୱାସ, କଠୋର ପରିଶ୍ରମ କରି ସାମ୍ପ୍ରତିକ ପରିସ୍ଥିତିକୁ ମୁକାବିଲା କରିବା ଲାଗି ଛାତ୍ର ଅବସ୍ଥାରୁ ପ୍ରସ୍ତୁତ ହେବା ସକାଶେ ଆହ୍ବାନ ଦେଇଥିଲେ। ସେହିପରି ପ୍ରଶାସନ ଅଧିକାରୀ ଓ ରାଜନେତାମାନେ ଶିକ୍ଷାନୁଷ୍ଠାନରେ କୌଣସି ହସ୍ତକ୍ଷେପ ନ କରି ସେମାନଙ୍କୁ ମୁକ୍ତ ଭାବରେ କାର୍ଯ୍ୟ କରିବାକୁ ଦେଇ ଏକ ସୁସ୍ଥ, ଶିକ୍ଷା ବାତାବରଣ ସୃଷ୍ଟି କରିବା ପାଇଁ ସୁଯୋଗ ଦେବା ଆବଶ୍ୟକ ବୋଲି ସେ କହିଥିଲେ।
ସମାବର୍ତ୍ତନ ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ଅଧ୍ୟକ୍ଷତା କରିଥିଲେ। ସେ ଗୀତା ଭାଗବତରୁ କିଛି ପଙ୍‌କ୍ତି ଉଦ୍ଧାର କରି କହିଥିଲେ, ଆଧ୍ୟାମତ୍ିକତାକୁ ଗୁରୁତ୍ୱ ଦେଇ ଜୀବନକୁ ସରଳ ଭାବରେ ଗଢ଼ିବା ସହ ଅତି ସୁନ୍ଦର ସମାଜ ସୃଷ୍ଟି କରିବା ଦିଗରେ ଛାତ୍ରୀଛାତ୍ରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେହିପରି ବିଭିନ୍ନ ଟେକ୍ନୋଲୋଜିକୁ ଗୁରୁତ୍ୱ ଦେବା ଫଳରେ ସୃଷ୍ଟି ହେଉଥିବା ମହାବିପଦ ଦାୟକ ଭାଇରସ୍‌ ମାନବ ସମାଜକୁ କବଳିତ କରିବା ଭଳି ପରିସ୍ଥିତିକୁ କେବଳ ଛାତ୍ର ସମାଜ ମୁକାବିଲା କରିପାରିବେ ବୋଲି ସେ ପରାମର୍ଶ ଦେଇଥିଲେ। କୁଳପତି ପ୍ରଫେସର ମଧୁମିତା ଦାସ ବିଶ୍ୱବିଦ୍ୟାଳୟର ବିବରଣୀ ଉପସ୍ଥାପନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୁଳସଚିବ ଅମର ସିଂ ସୋରେନ ମଞ୍ଚାସୀନ ରହିଥିଲେ। ସମାବର୍ତ୍ତନ ଉତ୍ସବରେ ବିଶ୍ୱବିଦ୍ୟାଳୟର ସିନେଟ୍‌, ସିଣ୍ଡିକେଟ୍‌, ଏକାଡ଼େମିକ୍‌ କାଉନ୍‌ସିଲର ଓ ବିଭିନ୍ନ ବିଭାଗର ମୁଖ୍ୟମାନେ ଉପସ୍ଥିତ ରହିଥିଲେ।

Share