Categories: ଜାତୀୟ

ଫଙ୍ଗପାଳ କେବଳ ଫସଲ ନୁହେଁ ମଣିଷ ପାଇଁ ମଧ୍ୟ କ୍ଷତିକାରକ !

ନୂଆଦିଲ୍ଲୀ,୨୯।୫: ପାକିସ୍ତାନରେ ଏକର ଏକର ଫସଲ ନଷ୍ଟ କରୁଥିବା ପଙ୍ଗପାଳ ଦଳ ଏବେ ଭାରତରେ କାୟା ବିସ୍ତାର କରିବାକୁ ଯାଉଛନ୍ତି। ଏବେସୁଦ୍ଧା ଏହା ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, ପଞ୍ଜାବ ଓ ଉତ୍ତର ପ୍ରଦେଶରେ ଶହ ଶହ ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ କରୁଥିବା ଜଣାପଡିଛି। ତେବେ ଏହି ପଙ୍ଗପାଳଙ୍କୁ ଘଉଡାଇବା ପାଇଁ କେଉଁଠି କେଉଁଠି ଲୋକେ ଡିଜେ ବଜାଉଥିବା ଦେଖାଯାଇଛି ତ ଆଉ କେଉଁଠି ବିଶେଷଜ୍ଞଙ୍କ ପରାମର୍ଶକ୍ରମେ କିଟନାଶକ ପ୍ରୟୋଗ କରାଯାଉଛି। ଏବେ କୃଷି ବିଶେଷଜ୍ଞମାନେ କହିଛନ୍ତି କି ପଙ୍ଗପାଳ ଫସଲ ଯେମିତି ନଷ୍ଟ କରୁଛନ୍ତି ଏହା ମଣିଷମାନଙ୍କ ପ୍ରତି ମଧ୍ୟ ସେତିକି କ୍ଷତିକାରକ ହୋିପାରନ୍ତି। ଏମାନେ ଗୋଟିଏ ଦିନରେ ୧୫୦-୨୦୦ କିଲୋମିଟର ପର୍ଯ୍ୟନ୍ତ ଅତିକ୍ରମ କରୁଥିବା ବେଳେ ୧୫-୨୦ କିଲୋମିଟର ଗତିରେ ଯାଇଥାଆନ୍ତି। ଏମାନେ ଗୋଟିଏ ଦିନରେ ୧୦ଟି ହାତୀଙ୍କ ଖାଦ୍ୟ ଖାଇପାରନ୍ତି। ଏଥର ଲକ୍‌ଡାଉନ ପାଇଁ ଏମାନଙ୍କ ସଂଖ୍ୟା ଅଧିକ ବୃଦ୍ଧି ପାଇବା ସହ ଏମାନଙ୍କ ଆକାର ମଧ୍ୟ ବୃଦ୍ଧି ପାଇଥିବା କୃଷି ବିଶେଷଜ୍ଞ କହୁଛନ୍ତି। କାରଣ ଲକ୍‌ଡାଉନ ଫଳରେ ଯେଉଁ ସମୟରେ ଏମାନଙ୍କୁ ନିୟନ୍ତ୍ରଣ କରିବା କଥା ତାହା ଠିକ୍‌ ଭାବେ କରାଯାଇ ପାରିଲା ନାହିଁ। ତେଣୁ ଏମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟିଲା। ଏବେ ଏମାନେ ଦଳ ଦଳ ହୋଇ ଫସଲ ନଷ୍ଟ କରୁଥିବା ବେଳେ ଦଳ ଦଳ ହୋଇ ଘର ମଧ୍ୟରେ ପ୍ରବେଶ କରିବାର ସମ୍ଭାବନା ଥିବାକୁ କେତେକ ସ୍ଥାନରେ ଲୋକଙ୍କୁ ଘରର କବାଟ ଝରକା ବନ୍ଦ ରଖିବାକୁ କୁହାଯାଉଛି। କାରଣ ଏମାନେ ଯଦି ଘର ଭିତରେ ପ୍ରବେଶ କରନ୍ତି ତେବେ ଏମାନଙ୍କୁ ସମ୍ଭାଳିବା କାଠିକର ପାଠ ହୋଇଯାଇପାରେ।

Share