ଫଟୋଗ୍ରାଫରଙ୍କୁ ଦେଖି କାହିଁକି ଦୌଡ଼ିଲେ ଖିଲାଡ଼ି ବୟ

ମୁମ୍ବାଇ: ବଲିଉଡ୍‌ ଆକ୍ସନ ମାଷ୍ଟର ଅକ୍ଷୟ କୁମାର ପ୍ରାୟ ସମୟରେ ବିନ୍ଦାସ ମୁଡ୍‌ରେ ନଜରକୁ ଆସିଥାନ୍ତି। ଶୁଟିଂ ସେଟ୍‌ରୁ ଟିକେ ସମୟ ମିଳିଲେ ସେ ନିଜ କୋ-ଷ୍ଟାରଙ୍କ ସହ ବିଭିନ୍ନ ପ୍ରକାରର ମଉଜମସ୍ତି କରୁଥିବା ଦେଖିବାକୁ ମିଳିଥାଏ। ସବୁଥର ନିଜ କାର୍ଯ୍ୟ ପାଇଁ ସମସ୍ତଙ୍କୁ ଚକିତ କରିଦେଉଥିବା ଅକ୍ଷୟ ଏଥର ଫଟୋଗ୍ରାଫରଙ୍କୁ ମଧ୍ୟ ବାଦ୍‌ ଦେଇନାହାନ୍ତି। ତାଙ୍କର ଏକ କାର୍ଯ୍ୟ ଫଟୋଗ୍ରାଫରଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ଖିଲାଡି ବୟଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଫଟୋଗ୍ରାଫରଙ୍କୁ ଦେଖି ସେ ଦୌଡୁଥିବା ନଜରକୁ ଆସିଛନ୍ତି। ସୂଚନା ମୁତାବକ, ଅକ୍ଷୟ ମାଧ ଆଇସ୍‌ଲାଣ୍ଡରୁ ଶୁଟିଂ କରି ଫେରୁଥିଲେ। ସେହି ସମୟରେ ଫଟୋଗ୍ରାଫର ତାଙ୍କୁ ଘେରି ଯାଇଥିଲେ। କିଛି ସମୟ ଚାଲି ଚାଲି ଯାଉଥିବା ବେଳେ ହଠାତ୍‌ ସେ ଦୌଡିବାକୁ ଲାଗିଲେ। ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ଚକିତ ହୋଇପଡ଼ିଥିଲେ। କିନ୍ତୁ ଯେତେବେଳେ ଅକ୍ଷୟ ଗୋଟିଏ ସ୍ଥାନରେ ଅଟକି ଯାଇଥିଲେ, ସେତେବେଳେ ସମସ୍ତେ ହସିବାକୁ ଲାଗିଥିଲେ। ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଅକ୍ଷୟଙ୍କ ଏହି ପ୍ରାଙ୍କ୍‌କୁ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି। ଅକ୍ଷୟଙ୍କ କାର୍ଯ୍ୟ କଥା କହିବାକୁ ଗଲେ ଚଳିତବର୍ଷ ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ତାଙ୍କୁ ଦେଖିବାକୁ ମିଳିବ।

Share