ଫଟୋଗ୍ରାଫରଙ୍କ ଉପରେ ରାଗିଲେ ତୈମୁର

ମୁମ୍ବାଇ: ଷ୍ଟାର କିଡ୍‌ ଭାବେ ଶୈଫିନାଙ୍କ ପୁଅ ତୈମୁର ଅଲ୍ଲି ଖାଁ ବଲିଉଡ୍‌ଠାରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି ବେଶ୍‌ ପରିଚିତ। କାରଣ ହେଉଛି ତାଙ୍କର ଫଟୋ ଦେଖି ଅଧିକାଂଶ ଦର୍ଶକେ ଫିଦା ହୋଇଯାଆନ୍ତି। ଏବେ କିନ୍ତୁ ତୈମୁରଙ୍କ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖି କେହି ଏହା ତୈମୁରଙ୍କର ବୋଲି ବିଶ୍ୱାସ କରିପାରୁ ନାହାଁନ୍ତି। କାରଣ ପ୍ରଥମ ଥର ଏହି କ୍ୟୁଟ ବେବିଙ୍କ ରାଗ ଦେଖିବାକୁ ମିଳିଛି। ଭିଡିଓଟି ଦୀପାବଳି ଦିନର ବୋଲି ଜଣାପଡିଛି। ସେଦିନ ମା’ କରିନା କପୁର ଖାଁଙ୍କ ସହ ତୈମୁର କିଛି ବାଣ ଧରି ଯାଉଥିବା ସମୟରେ ଫଟୋଗ୍ରାଫରମାନେ ତାଙ୍କୁ ‘ହାପି ଦିଓ୍ବାଲି ତୈମୁର’ ବୋଲି କୁହାଥିବା ଦେଖାଯାଇଛି। ହେଲେ ଏହା ବୋଧହୁଏ ତୈମୁରଙ୍କୁ ପସନ୍ଦ ନ ଥିଲା ସେଥିପାଇଁ ସେ ନୋ ନୋ ବୋଲି କହି ଚାଲିଛନ୍ତି। ହେଲେ ଫଟୋଗ୍ରାଫରମାନେ ତାଙ୍କୁ ବାରମ୍ବାର ହାପି ଦିଓ୍ବାଲି କହିବା ପରେ କରିନା ତୈମୁରଙ୍କୁ କହୁଛନ୍ତି ସମସ୍ତଙ୍କୁ ହାପି ଦିଓ୍ବାଲି କୁହ। ଏହାପରେ ତୈମୁର ସମସ୍ତଙ୍କୁ ହାପି ଦିଓ୍ବାଲି କହି ସେଠାରୁ ଚାଲି ଯାଉଛନ୍ତି। ସବୁବେଳେ ସୋସିଆଲ ମିଡିଆରେ ତଥା ଖବରର ଶିରୋନାମାରେ ରହୁଥିବା କରିନା ଓ ତୈମୁରଙ୍କର ଅନେକ ପ୍ରଶଂସକ ରହିଛନ୍ତି।

Share