Categories: ଖେଳ

ଫଟୋଗ୍ରାଫର ଆହତ ହେବାରୁ ଖେଳ ବାଧାପ୍ରାପ୍ତ

ସେଞ୍ଚୁରିୟାନ,୨୬।୧୨(ଏଏଫ୍‌ପି)- ଏଠାରେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଭିନ୍ନ କାରଣ ଯୋଗୁ ବିଳମ୍ଭରେ ଆରମ୍ଭ ହୋଇଥିଲା। ମ୍ୟାଚ୍‌ବେଳେ ସାଇଟ୍‌ ସ୍କ୍ରିନ ଆଗରେ ଫଟୋଗ୍ରାଫର ଖ୍ରିଷ୍ଟିଆନ କଟ୍‌ଜେ ଆହତ ହୋଇ ଯାଇଥିଲେ। ଫଟୋ ଉଠାଉଥିବବେଳେ ସେ ବାଉଣ୍ଡ୍ରି ଲାଇନରେ ଝୁଣ୍ଟି ତଳେ ପଡ଼ିଥିଲେ। ଆଣ୍ଠୁ ମାଡ଼ ହେବାରୁ ତାଙ୍କୁ ଖୁବ ଯନ୍ତ୍ରଣା ହୋଇଥିଲା। ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ପରେ ଷ୍ଟ୍ରେଚର ଜରିଆରେ ଫିଲ୍ଡରୁ ବାହାରକୁ ନେଇ ଯାଇଥିଲି। ଏହି ଘଟଣା ପରେ ପ୍ରଥମ ବଲରେ ହିଁ ଘରୋଇ ବ୍ୟାଟ୍ସମ୍ୟାନ ଡିନ ଏଲଗାର ଆଉଟ ହୋଇଥିଲେ। କଟ୍‌ଜେ କହିଛନ୍ତି, ଏଲଗାରଙ୍କ ଆଉଟ୍‌ ହେବାର କାରଣ ମୁଁ ନୁହେଁ ବୋଲି ଆଶା କରୁଛି। କିନ୍ତୁ ମୁଁ ଛୋଟେଇ ଛୋଟେଇ ଚାଲୁଥିବାବେଳେ ଇଂଲଣ୍ଡ କ୍ରିକେଟରମାନେ ଉଇକେଟ ପାଇଁ ମୋତେ ଧନ୍ୟବାଦ କହିଥିଲେ।

Share