ଫଟୋଶୁଟ୍‌ ପାଇଁ ଏକାଠି ହେଲେ ଗୋଟିଏ ଓ୍ବାର୍ଡରେ ୧୯ସନ୍ତାନ ଜନ୍ମ ଦେଇଥିବା ୧୯ ନର୍ସ

ଓ୍ବାଶିଂଟନ,୩୧।୧: କିଛିଦିନ ତଳେ ଶୁଣିବାକୁ ମିଳିଥିଲା ଆମେରିକାର ଏକ ଘରୋଇ ହସ୍ପିଟାଲର ଗୋଟିଏ ୟୁନିଟରେ କାମ କରୁଥିବା ୧୯ ଜଣ ନର୍ସ ପାଖାପାଖି ମାସରେ ଗର୍ଭବତୀ ହୋଇଛନ୍ତି। ଏମାନେ ୨୦୧୯ରେ ମଧ୍ୟ ମାସେ ଦୁଇ ମାସ ବ୍ୟବଧାନରେ ୧୯ ସନ୍ତାନ ଜନ୍ମ ଦେଇଥିଲେ। ଆମେରିକା ନେବ୍ରାସ୍କାର ଓମାହା ସ୍ଥିତ ମେଥୋଡିଷ୍ଟ ମହିଳା ହସ୍ପିଟାଲର ଏନ୍‌ଆଇସିୟୁରେ କାମ କରୁଥିବା ୧୯ ଜଣ ନର୍ସ ଗତବର୍ଷ ଗର୍ଭବତୀ ଥିଲେ। ଆଉ ଏମାନେ ଗତବର୍ଷ ୧୧ ଝିଅ ଓ ୮ପୁଅଙ୍କୁ ଜନ୍ମ ଦେଇଛନ୍ତି। ତେବେ ଗତ ସପ୍ତାହରେ ଏହି ୧୯ଜଣ ନର୍ସ ସେମାନଙ୍କ ନବଜାତକଙ୍କ ସହ ଏକ ଗ୍ରୁପ ଫଟୋ ନେବା ଲାଗି ଏକାଠି ହୋଇଥିଲେ। ଆଉ ଏହି ଫଟୋଶୁଟ୍‌ ସମୟରେ ସେଠାରେ ଏକ କୌତୂହଳ ପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା। ସେହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଏମାନେ ମାତୃତ୍ୱ ଲାଭ କରିବା ସମୟରେ ଏମାନଙ୍କର ଦେଖାରଖା କରିବାରେ ବହୁ ଅସୁବିଧା ହୋଇଥିଲା। କାରଣ ଏମାନଙ୍କ ମଧ୍ୟରୁ କିଏ ମାତୃତ୍ୱ ଅବକାଶରେ ଥିଲେ ଆଉ କିଏ ସିଜରିଆନ୍‌ ଡେଲିଭରି ଯୋଗୁ ଧାଁ ଦୌଡ କରିପାରୁ ନ ଥିଲେ। ହେଲେ ଏବେ ପିଲାମାନଙ୍କ ସହ ମା’ମାନଙ୍କୁ ଏକାଠି ଦେଖି ହସ୍ପିଟାଲ ପକ୍ଷରୁ ଭିନ୍ନ ଢଙ୍ଗରେ ଏହାକୁ ସେଲିବ୍ରେଟ୍‌ କରାଯାଇଥିବା ଜଣାପଡିଛି।

Share