ଫଟୋ ମାଧ୍ୟମରେ କାଜୋଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅଜୟ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଜୋଲ ସୋମବାର ନିଜର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ସ୍ତ୍ରୀଙ୍କର ଏହି ସ୍ବତନ୍ତ୍ର ଅବସରକୁ ଅଭୂଲା କରିବାକୁ ସ୍ବାମୀ ଅଜୟ ଦେବଗନ ନିଜ ଇନ୍‌ଷ୍ଟାଗ୍ରାମରେ କାଜୋଲଙ୍କ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ କାଜୋଲ ଚେୟାର ଉପରେ ବସି ଆରାମ କରୁଥିବା ନଜର ଆସିଛନ୍ତି। ଏହି ଫଟୋକୁ ଶେୟାର କରି ଅଜୟ କ୍ୟାପଶନରେ ଲେଖିଛନ୍ତି, ‘ଉଠ ତୁମକୁ ଏବେ ସୁନେଲୀ ନିଦର କୌଣସି ଆବଶ୍ୟକତା ନାହିଁ’। ତେବେ ଅଜୟଙ୍କ ଏହି ପୋଷ୍ଟରେ କାଜୋଲ ଏକ ମଜାଳିଆ କମେଣ୍ଟ ଦେଇ ଲେଖିଛନ୍ତି, ମୁଁ ଉଠିଛି, ହେଲେ ଏବେ ଜଣାପଡ଼ିଲା ପୁଅ ୟୁଗର ସ୍କୁଲ ଛୁଟି ଅଛି। ଏଭଳି ଢ଼ଙ୍ଗରେ ଅଜୟ କାଜୋଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହାପରେ ତାଙ୍କର ବହୁ ପ୍ରଶଂସକ କାଜୋଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ସୂଚନାଯୋଗ୍ୟ, ୧୯୯୯ରେ ଅଜୟ ଓ କାଜୋଲ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନଙ୍କର ୨ଟି ସନ୍ତାନ ଝିଅ ନ୍ୟାସା ଓ ପୁଅ ୟୁଗଙ୍କୁ ନେଇ ସୁଖର ସଂସାର।

Share