ଫଟୋ ଶୁଟ୍‌ କରି ଟ୍ରୋଲ ହେଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ର ଟ୍ୟାଲେଣ୍ଟେଡ ନାୟିକା ଦୀପିକା ପାଦୁକୋନ ଏବେ ଟ୍ରୋଲ ହେବାରେ ଲାଗିଛନ୍ତି। ନିକଟରେ ସେ ଏକ ବୋଲ୍ଡ ଫଟୋ ଶୁଟ୍‌ କରିଥିବାରୁ ଟ୍ରୋଲ୍‌ ହୋଇଥିବା କୁହାଯାଉଛି। ବିବାହ ପରେ ଏହି ନାୟିକା ବୋଲ୍ଡ ସିନ୍‌ ଠାରୁ ଦୂରେଇ ରହୁଥିଲେ ବୋଲି କୁହାଯାଉଥିଲା। ଡିଜାଇନର ଡ୍ରେସ୍‌ ହେଉ ଅବା ଏଥେନିକ୍‌ ଓ୍ବେୟାର ସବୁଥିରେ ଖୁବ୍‌ ସୁନ୍ଦର ଲାଗୁଥିବା ଦୀପିକା ନିକଟରେ ଏକ ମାଗାଜିନ ପାଇଁ ଫଟୋ ଶୁଟ୍‌ କରିଥିଲେ। ପ୍ରଥମେ ପ୍ରଥମେ ତାଙ୍କ ଫଟୋକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ କରିଥିଲେ। ହେଲେ ସମୁଦ୍ର କୂଳରେ ଶୁଇମିଂ ଶୁଟରେ ନଜର ଆସିବା ପରେ ଏବେ ଦୀପିକା ଟ୍ରୋଲ୍‌ ହେବାକୁ ଆରମ୍ଭ କରିଛନ୍ତି। ଏହି ଫଟୋକୁ ଦେଖିବା ପରେ କେତେଜଣ ୟୁଜର୍ସ କହିଛନ୍ତି ବିବାହ ପରେ ଦୀପିକା ବୋଲ୍ଡ ହେଉ ନ ଥିଲେ। ଆଉ କିଏ କିଏ କହିଛନ୍ତି ପାଗଳ ହୋଇଯାଇଛନ୍ତି ଦୀପିକା।

Share