ଫଟୋ ଶେୟାର କରି ମୋଦିଙ୍କୁ ସ୍ବାଧିନତା ଦିବସର ଶୁଭେଚ୍ଛା ଜଣାଇଲେ ବନ୍ଧୁ ନେତନ୍ୟାହୁ

ଜେରୁଜେଲମ,୧୫।୮: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେନଜାମିନ ନେତନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜର ଜଣେ ଭଲ ବନ୍ଧୁ କହିବା ସହ ୭୪ତମ ସ୍ବାଧିନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ମୋଦିଙ୍କ ସହ ସେ ସମସ୍ତ ଦେଶବାସୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ସହ ନେତନ୍ୟାହୁ ଲେଖିଛନ୍ତି, ଗର୍ବ କରିବାକୁ ଆପଣଙ୍କ ପାଖେ ବହୁତ କିଛି ରହିଛି। ସ୍ବାଧିନତା ଦିବସର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ଶୁକ୍ରବାର ନେତନ୍ୟାହୁ ଟୁଇଟ୍‌ କରି ଏହି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ହିନ୍ଦୀରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ସ୍ବାଧିନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି।

Share