Categories: ଜାତୀୟ

ଫଡନବିଶଙ୍କୁ ଶୁଭେଚ୍ଛା ଜଣାଇଲେ ଶିବସେନା ନେତା

ମୁମ୍ବାଇ,୯।୧୧: ମହାରାଷ୍ଟ୍ର ରାଜନୀତିର ଗଣିତ ଏବେବି ଅଡୁଆ ହୋଇ ରହିଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ତାଙ୍କ ପଦରୁ ଇସ୍ତଫା ଦେବା ପରେ ଏହାକୁ ନେଇ ପୁଣି ଥରେ ରାଜନୀତି ହୋଇଛି ସରଗରମ। ଇସ୍ତଫା ଦେବା ପରେ ଗୋଟିଏ ପଟେ ଫଡନବିଶ ମୁଖ୍ୟମନ୍ତ୍ରୀ ହେବାକୁ ଦାବି କରୁଥିବା ବେଳେ ଅନ୍ୟପଟେ ଶିବସେନା କହୁଛି ମୁଖ୍ୟମନ୍ତ୍ରୀ ଆସନରେ ବସିବାକୁ ସେ ହକ୍‌ଦାର। ଏବେ ଏହାକୁ ନେଇ ଭାଜପା-ଶିବସେନା ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ଏତିକିବେଳେ ଫଡନବିଶଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶିବସେନା ନେତା ସଞ୍ଜୟ ରାଉତ। ସେ କହିଛନ୍ତି ଫଡନବିଶ ଯଦି ଭାବିଛନ୍ତି ଏଥର ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ସେଥିପାଇଁ ତାଙ୍କୁ ଶୁଭେଚ୍ଛା। ହେଲେ ବହୁମତ ଯାହା ପାଖରେ ଅଛି ସେ ହିଁ ମୁଖ୍ୟମନ୍ତ୍ରୀ ଆସନରେ ବସିବ ବୋଲି ପୁଣିଥରେ ଫଡନବିଶଙ୍କୁ ମନ ପକାଇ ଦେଇଛନ୍ତି ସଞ୍ଜୟ।

Share