Categories: ଜାତୀୟ

ଫଡନବିସଙ୍କୁ ବିରୋଧୀ ଦଳ ନେତା ବୋଲି ସମ୍ବୋଧନ କରିବେ ନାହିଁ ଉଦ୍ଧବ

ମୁମ୍ବାଇ,୧।୧୨: ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ମେଣ୍ଟ ସରକାର ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ। ଆଉ ବିରୋଧୀ ଆସନରେ ବସିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ। ହେଲେ ଉଦ୍ଧବ, ଫଡନବିସଙ୍କୁ ବିରୋଧି ଦଳ ନେତା ବୋଲି ସମ୍ବୋଧନ କରିବେ ନାହିଁ ବୋଲି କହିଛନ୍ତି। ବରଂ ଜଣେ ଦାୟିତ୍ୱ ସମ୍ପନ୍ନ ନେତା ବୋଲି କହିବେ। ସେ ଫଡନବିସଙ୍କଠାରୁ ବହୁତ କିଛି ଶିଖିଛନ୍ତି ବୋଲି କହିଛନ୍ତି। ତେଣୁ ଆମେ ଦୁହେଁ ସବୁବେଳେ ବନ୍ଧୁ ଥିଲୁ ଓ ବନ୍ଧୁ ହୋଇ ରହିବୁ। ଗତ ୫ ବର୍ଷ ମଧ୍ୟରେ ସେ ଭାଜପା ସରକାରକୁ କେବେ ଧୋକା ଦେଇ ନାହାଁନ୍ତି ବୋଲି କହିଛନ୍ତି। ଯଦି ଫଡନବିସ ଆମ ସହ ଭଲ ସମ୍ପର୍କ ରଖିଥାଆନ୍ତେ ତେବେ ଆଜି ଏହିଦିନ ଦେଖିବାକୁ ପଡି ନ ଥାଆନ୍ତା ବୋଲି ମଧ୍ୟ ଉଦ୍ଧବ ମତ ଦେଇଛନ୍ତି। ଉଦ୍ଧବ କହିଛନ୍ତି ଭାଜପା ଯେହେତୁ ଆମର ଭଲ ଚାହେଁ ତେଣୁ ସେ ଫଡନବିସଙ୍କୁ ବିରୋଧୀ କହିବା ଠିକ୍‌ ହେବନାହିଁ। ସୂଚନାଯୋଗ୍ୟ, ଶନିବାର ଉଦ୍ଧବଙ୍କ ସରକାର ଆସ୍ଥା ଭୋଟରେ ଜିତିବା ପରେ ରବିବାର କଂଗ୍ରେସ ନେତା ନାନା ପାଟୋଲେଙ୍କୁ ମିଳିଛି ବାଚସ୍ପତି ଆସନ। ଆଉ ଭାଜପା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ମିଳିଛି ବିରୋଧୀ ଆସନ।

Share