Categories: ଜାତୀୟ

ଫଡ଼ନବିଶଙ୍କୁ ସାମ୍‌ନାରେ ସମାଲୋଚନା: ମହାରାଷ୍ଟ୍ରରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ଜିରୋ ଭିଜିବିଲିଟିରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ ସଦୃଶ

ମୁମ୍ବାଇ,୫।୧୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଅଚଳାବସ୍ଥା ଜାରି ରହିଛି। ରାଜ୍ୟ ସ୍ଥିତି ସମ୍ପର୍କରେ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିଶ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସୋମବାର ଭେଟିଥିଲେ। ଏହାକୁ ନେଇ ଶିବସେନା ମୁଖପତ୍ର ସାମ୍‌ନାରେ ମଙ୍ଗଳବାର ଫଡ଼ନବିଶଙ୍କୁ କଡ଼ା ସମାଲୋଚନା କରାଯାଇଛି। ସାମ୍‌ନାରେ କଟାକ୍ଷ କରି କୁହାଯାଇଛି ଯେ, ମହାରାଷ୍ଟ୍ରରେ ଭାଜପା ସଂଖ୍ୟା ଗରିଷ୍ଠତା ହାସଲ କରିବା ଦିଲ୍ଲୀ ବିମାନ ବନ୍ଦରରେ ଜିରୋ ଭିଜିବିଲିଟିରେ ଅବତରଣ ସଦୃଶ। ଭାଜପା ଯାହା ଚାହୁଁଛି ତାହା ସମ୍ଭବ ନୁହେଁ ବୋଲି ସାମ୍‌ନାରେ ଲେଖା ପ୍ରକାଶ ପାଇଛି।

Share