Categories: ଜାତୀୟ

ଫଡ୍‌ନବିସଙ୍କ ନାଁରେ ସମନ ଜାରି କଲେ ନାଗପୁର କୋର୍ଟ

ନାଗପୁର,୨୯।୧୧: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ନାଁରେ ନାଗପୁରର ଏକ କୋର୍ଟ ଦ୍ୱାରା ସମନ ଜାରି କରାଯାଇଥିବା ସୂଚନା ମିଳିଛି। ନିର୍ବାଚନ ସମୟରେ ସେ ଯେଉଁ ଶପଥପତ୍ର ଦାଖଲ କରିଥିଲେ ସେଥିରେ ସେ ୨ଟି ଆପରାଧିକ ମାମଲାର ସୂଚନା ଦେଇ ନ ଥିବାରୁ ତାଙ୍କ ନାଁରେ ଏହି ସମନ ଜାରି କରାଯାଇଥିବା କହିଛି ନାଗପୁର ପୋଲିସ। ବର୍ତ୍ତମାନ ନାଗପୁରର ବିଧାୟକ ଥିବା ଫଡନବିସଙ୍କ ଘରେ ସମନ ଶୁକ୍ରବାର ପହଞ୍ଚିଥିବା ସଦର ପୋଲିସ ଷ୍ଟେଶନ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଶିବସେନା ମେଣ୍ଟ ସରକାର ଗଠନ କରିବା ପରେ ମାତ୍ର ଗୋଟିଏ ଦିନ ମଧ୍ୟରେ ଫଡନବିସଙ୍କ ନିକଟରେ ଏମିତି ସମନ ପହଞ୍ଚିବା ସାଧାରଣରେ ଆଲୋଚନା ସୃଷ୍ଟି କରିଛି।

Share