ଫନୀ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଧାରଣା

ସାକ୍ଷୀଗୋପାଳ, ୨୫।୫(ଡି.ଏନ୍‌.ଏ.): ବାତ୍ୟା ‘ଫନୀ’କୁ ବର୍ଷେ ବିତିଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ତ ଗରିବ ଲୋକମାନେ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ସେମାନଙ୍କ ଦାବି ପୂରଣ ହେଉ ନାହିଁ। ଏଭଳି ସ୍ଥିତିରେ ପୂର୍ବରୁ ଚେତାବନୀ ଦେଇଥିବା ଫନୀ କ୍ଷତିଗ୍ରସ୍ତ ପୁରୀ ଜିଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସାକ୍ଷୀଗୋପାଳ ବସ୍‌ଷ୍ଟାଣ୍ଡ ଓଭର ବ୍ରୀଜ୍‌ ତଳେ ସୋମବାର ଧାରଣା ଦିଆଯାଇଛି। ପ୍ରକୃତ ହିତାଧିକାରୀଙ୍କୁ ୭ଦିନ ମଧ୍ୟରେ କ୍ଷତିପୂରଣ, ପ୍ରତ୍ୟେକ ଚାଷୀଙ୍କୁ ୫ହଜାର ଟଙ୍କା, ନଡ଼ିଆ, ମୁଗ, ବିରି, ଧାନ, ପାନ, ପନିପରିବା, ଗୁଆ ଆଦି ଚାଷୀଙ୍କୁ କ୍ଷତିପୂରଣ, ଫନୀ ତାଲିକାରେ ରହିଥିବା ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ନିମନ୍ତେ ତାଲିକାକୁ ସର୍ଜନୀନ ଓ ସତ୍ୟବାଦୀ ଧର୍ମଶାଳାର ପୁନରୁଦ୍ଧାର ଆଦି ସେମାନଙ୍କ ଦାବି ରହିଛି। ମାତ୍ର ପ୍ରଶାସନ କର୍ଣ୍ଣପାତ ନ କରିବାରୁ ଧାରଣା ଦିଆଯାଇଛି ବୋଲି ପୁରୀ ଜିଲା କ୍ରିୟାନୁଷ୍ଠାନ କମିଟିର ଆାହକ ଗୋବିନ୍ଦ ମହାପାତ୍ର କହିଛନ୍ତି।

Share