ଫନୀ କ୍ଷତିଗ୍ରସ୍ତଙ୍କ ଜୋରଦାର ଆନ୍ଦୋଳନ: ଆତ୍ମାହୁତି ଧମକକୁ ନେଇ ପ୍ରଶାସନ ସଜାଗ

ସାକ୍ଷୀଗୋପାଳ,୧।୬(ଡି.ଏନ୍‌.ଏ.): ଫନୀ ବାତ୍ୟାକୁ ବର୍ଷେ ବିତିଯାଇଥିଲେ ସୁଦ୍ଧା ମିଳିନି ସରକାରୀ ସହାୟତା। ଏ ନେଇ ୭ ଦଫା ଦାବିରେ ଗତ ସପ୍ତାହ ବ୍ୟାପୀ ସାକ୍ଷୀଗୋପାଳ ଓଭରବ୍ରିଜ୍‌ ତଳେ ଧାରଣାଦେଇ ବସି ରହିଥିବା ଶତାଧିକ ମହିଳା ଓ ପୁରୁଷ ସୋମବାର ଆନ୍ଦୋଳନକୁ ଜୋରଦାର କରିଛନ୍ତି। ଫନୀ କ୍ଷତିଗ୍ରସ୍ତ କ୍ରିୟାନୁଷ୍ଠାନ କମିଟିର ପୁରୀ ଜିଲା ଆବାହକ ଗୋବିନ୍ଦ ମହାପାତ୍ର ସୋମବାର ଆତ୍ମାହୁତି ଧମକ ଦେବାରୁ ଜିଲା ପ୍ରଶାସନ ସେଠାରେ ସଜାଗ ରହିଛି। ପୋଲିସ ଫୋର୍ସ, ଅଗ୍ନିଶମ କର୍ମଚାରୀଙ୍କ ସହ ଆମ୍ବୁଲାନ୍ସ ଧାରଣା ସ୍ଥଳରେ ପହଞ୍ଚତ୍ଛନ୍ତି। ଆନ୍ଦୋଳନକାରୀଙ୍କ ସହିତ ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ, ଆଇଆଇସି ଦେବୀ ପ୍ରସାଦ ପାତ୍ର ଆଲୋଚନା କରି ବୁଝାଇାକୁ ଉଦ୍ୟମ ଚଳାଇଥିଲେ। ଅଧିକାରୀମାନଙ୍କ ପ୍ରତିଶ୍ରୁତିରେ ଆନ୍ଦୋଳନକାରୀମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ମାତ୍ର ଜିଲା ପ୍ରଶାସନିକ ଅଧିକାରୀ ସେମାନଙ୍କ ସହ ଆଲୋଚନା କରିବାକୁ ଦାବି କରିଥିଲେ।
ମାତ୍ର ଆବାହକ ମହାପାତ୍ର ଦେଇଥିବା ଆତ୍ମାହୁତି ଧମକରୁ ଓହରି ଯାଇଥିଲେ ମଧ୍ୟ ଧାରଣା ଜାରି ରହିଛି।

Share