‘ଫନୀ’ କ୍ଷୟକ୍ଷତିଜନିତ ରିପୋର୍ଟ ଉନ୍ମୋଚିତ : ପୁନରୁଦ୍ଧାର ପାଇଁ ଆବଶ୍ୟକ ୨୯,୩୧୫ କୋଟି ଟଙ୍କା

ଭୁବନେଶ୍ୱର,୬।୮(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମଙ୍ଗଳବାର ସଚିବାଳୟରେ ସାମୁଦ୍ରିକ ଝଡ଼ ଫନୀ ବାତ୍ୟାଜନିତ କ୍ଷୟକ୍ଷତି ଓ ପୁନରୁଦ୍ଧାର ସମ୍ପର୍କିତ ରିପୋର୍ଟ ଉନ୍ମୋଚନ ହୋଇଛି। ଭାରତରେ ଅବସ୍ଥାପିତ ମିଳିତ ଜାତିସଂଘର ମୁଖ୍ୟ ସମନ୍ବୟକାରୀ ରେନାଟା-ଲୋକ୍‌-ଡେସାଲିଏନ ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ଗତ ମେ ମାସ ୩ରେ ହୋଇଥିବା ଏହି ସାମୁଦ୍ରିକ ବାତ୍ୟା ଦ୍ୱାରା ରାଜ୍ୟର ୧୪ଟି ଜିଲା ପ୍ରଭାବିତ ହୋଇଥିଲା। ପ୍ରାୟ ଏକ କୋଟି ୬୫ ଲକ୍ଷ ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଥିଲେ। ଫନୀ ଦ୍ୱାରା ସମୁଦାୟ ୨୪,୧୭୬ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ରିପୋର୍ଟରୁ ଜଣାପଡିଛି। ସେହିପରି ଏହି କ୍ଷତିର ଭରଣା ତଥା ପୁନରୁଦ୍ଧାର ପାଇଁ ୨୯,୩୧୫ କୋଟି ଟଙ୍କାର ଆବଶ୍ୟକତା ଥିବା କୁହାଯାଇଛି।

Share