ଫନୀ: ଘରଭଙ୍ଗା ସହାୟତା ୭ କୋଟି ୫୮ ହଜାର ଟଙ୍କା ମଞ୍ଜୁର

ଭୁବନେଶ୍ୱର,୧୪।୬(ବ୍ୟୁରୋ): ସାମୁଦ୍ରିକ ଝଡ଼ ଫନୀ ଦ୍ୱାରା ପୁରୀ ଜିଲାରେ ଘର ହରାଇଥିବା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସହାୟତା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏଥିପାଇଁ ୭ କୋଟି ୫୮ ହଜାର ମଞ୍ଜୁର କରାଯାଇଛି। ବିଶେଷତଃ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି(ଏସ୍‌ଡିଆରଏଫ୍‌)ରୁ ପ୍ରଦାନ କରାଯାଇଥିବା ସହାୟତା ରାଶିରୁ ବଞ୍ଚିତ ହୋଇଥିବା କ୍ଷତିଗ୍ରସ୍ତଙ୍କୁ ଏହି ଆର୍ଥିକ ସାହାଯ୍ୟ ପ୍ରଦାନ କରାଯିବ। ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ୭୪୦୦ ପରିବାରଙ୍କୁ ୧୦,୦୦୦ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରାଯିବ। ସେହିଭଳି ଆଂଶିକ ଘର ଭାଙ୍ଗିଥିବା ୬୦୦ ପରିବାରଙ୍କୁ ୩୦୦୦ ଟଙ୍କା ଲେଖାଏ ସହାୟତା ମିଳିବ। ସେହିପରି ଅନ୍ୟ ଏକ ଘୋଷଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲା ପାଇଁ ଦୁଇଟି ନୂଆ ତହସିଲ ଘୋଷଣା କରିଛନ୍ତି। ପ୍ରଥମଟି ଝରବନ୍ଧ ତହସିଲ ଦଭା। ଦ୍ୱିତୀୟଟି ହେଉଛି- ଲଉଡ଼ିଧରା ତହସିଲ।

Share