‘ଫନୀ’ ପରଠୁ ଅଣ୍ଟା ସଳଖି ପାରିନାହାନ୍ତି କୁମ୍ଭକାର: ଶ୍ରୀମନ୍ଦିରରେ କୁଡ଼ୁଆ ସଙ୍କଟ

ପୁରୀ ଅଫିସ, ୨୮ା୭: ଆଉ ୬ ଦିନ ପରେ ‘ଫନୀ’କୁ ପୂରିବ ୩ମାସ। ହେଲେ ଏ ଯାଏ ଅଣ୍ଟା ସଳଖି ପାରିନାହାନ୍ତି କୁମ୍ଭକାର। ବାତ୍ୟାରେ ଭାଙ୍ଗିଯାଇଥିବା ଶାଳଘର ଏବେ ବି ମାଟି କାମୁଡ଼ି ପଡ଼ିରହିଛି। ନିଜ କୌଳିକ ବୃତ୍ତିର ଭବିଷ୍ୟତକୁ ନେଇ କୁମ୍ଭକାରମାନେ ସନ୍ଦିହାନ ଥିବାବେଳେ ଏହାର ପ୍ରଭାବ ଶ୍ରୀମନ୍ଦିରରେ ପରିଲକ୍ଷିତ ହେଲାଣି। ଆନନ୍ଦ ବଜାରରେ ଧୀରେ ଧୀରେ ଦେଖାଦେଲାଣି କୁଡ଼ୁଆ ସଙ୍କଟ। ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତିର ଏକମାତ୍ର ମାଧ୍ୟମ କୁଡ଼ୁଆର ଅଭାବ ଏବେ ସୁଆର ମହାସୁଆର ସେବକଙ୍କଠାରୁ ଆରମ୍ଭ କରି ଭକ୍ତଙ୍କୁ ବି ବିଚଳିତ କଲାଣି। ଅନ୍ୟପକ୍ଷରେ ସମୁଦ୍ରକୁ ଶଙ୍ଖେ ସଦୃଶ ପ୍ରଶାସନ ଯେଉଁ ସହାୟତା ରାଶି ଘୋଷଣା କରିଥିଲା ତାହା ଏ ପର୍ଯ୍ୟନ୍ତ ସବୁ କୁମ୍ଭକାରଙ୍କ ପାଖରେ ପହଞ୍ଚତ୍ ପାରିନାହିଁ। ପେଟପାଟଣା ପାଇଁ ସଂଘର୍ଷ କରୁଥିବା କୁମ୍ଭକାରମାନେ କେମିତି ତାଙ୍କ ଶାଳଘରକୁ ଠିଆ କରିବେ ଆଉ ନିଜ କୌଳିକ ବୃତ୍ତିକୁ ବଞ୍ଚାଇବେ ତାହାକୁ ନେଇ ଚିନ୍ତାରେ ପଡ଼ିିଛନ୍ତି।
ତ୍ରୟୋଦଶ ଶତାବ୍ଦୀରେ ଶ୍ରୀମନ୍ଦିରରେ ଶଙ୍ଖୁଡ଼ି ଭୋଗର ପ୍ରଚଳନ ପରଠାରୁ ମହାପ୍ରସାଦ ପ୍ରସ୍ତୁତି ନିମନ୍ତେ ହାଣ୍ଡିକୁଡ଼ୁଆର ଆବଶ୍ୟକ ପଡ଼ିଲା। ଏହା ଏକମାତ୍ର ମନ୍ଦିର, ଯେଉଁଠି ମାଟିହାଣ୍ଡିରେ ପ୍ରସ୍ତୁତ ଭୋଗ ମହାପ୍ରଭୁ ମଣୋହି କରିଥାନ୍ତି। ତେଣୁ ବଡଦେଉଳକୁ ମାଟିରେ ନିର୍ମିତ ହାଣ୍ଡିକୁଡ଼ୁଆ ଯୋଗାଇଦେବା ଲାଗି ପୁରୀ ସହର ଓ ଆଖପାଖରେ ଗଢିଉଠିଥିଲା କୁମ୍ଭକାର ବସ୍ତି। ଏମିତି କି ପୁରୀ ସହରର ଏକ ସାହିରେ ସଂଖ୍ୟାଧିକ କୁମ୍ଭକାର ବସବାସ କରୁଥିବାରୁ ତାହାର ନାମ କୁମ୍ଭାରପଡ଼ା ରହିଛି। ଏହାବ୍ୟତୀତ ଜେନାପୁର, ନବକଳେବର ରୋଡ଼ ନୂଆସାହି, ଟିକରପଡ଼ା ସମେତ ପୁରୀ ସଦର, ସତ୍ୟବାଦୀ, ବ୍ରହ୍ମଗିରି, ଗୋପ ବ୍ଲକର ବିଭିନ୍ନ ଗ୍ରାମରେ ମଧ୍ୟ କୁମ୍ଭକାରମାନେ ବାସ କରୁଛନ୍ତି। ପୁରୀ ସହରର କୁମ୍ଭକାରମାନେ କୁମ୍ଭକାର ନିଯୋଗ ମାଧ୍ୟମରେ ଶ୍ରୀମନ୍ଦିରକୁ ହାଣ୍ଡି କୁଡୁଆ ଯୋଗାଇ ଆସୁଥିଲେ ମଧ୍ୟ କିଛିବର୍ଷ ହେବ ବ୍ରହ୍ମଗିରି, ସତ୍ୟବାଦୀ, ପୁରୀ ସଦର ଓ ଗୋପ ଅଞ୍ଚଳରୁ ହାଣ୍ଡିକୁଡୁଆ ଶ୍ରୀମନ୍ଦିରକୁ ଯୋଗାଣ ହେଉଛି। ଆବଶ୍ୟକ କଞ୍ଚାମାଲ ଏବଂ ସରକାରୀ ପ୍ରୋତ୍ସାହନ ଅଭାବ ସାଙ୍ଗକୁ ଦରଦାମ ବୃଦ୍ଧି ଯୋଗୁ ବହୁ ଯୁବ କୁମ୍ଭକାର ଏହି କୌଳିକ ବୃତ୍ତିରୁ ମୁହଁ ଫେରାଉଛନ୍ତି। ତଥାପି ମହାପ୍ରଭୁଙ୍କ ସେବାରେ ଅବହେଳା ନ କରି ଅନେକ ବୟୋଜ୍ୟେଷ୍ଠ କୁମ୍ଭକାର ହାଣ୍ଡିକୁଡୁଆ ତିଆରି କରି ବଡ଼ଦେଉଳକୁ ଯୋଗାଇ ଆସୁଛନ୍ତି। ଦୈନିକ ଶ୍ରୀମନ୍ଦିରକୁ ୮ରୁ ୧୦ ଗାଡ଼ି (ସ୍ବତନ୍ତ୍ର ଭାବେ କାଠରେ ନିର୍ମିତ ହାତଟଣା ଗାଡ଼ି)ରେ ବିଭିନ୍ନ ପ୍ରକାର ହାଣ୍ଡି କୁଡ଼ୁଆ ଯୋଗାଇ ଦିଆଯାଉଥିବା ବେଳେ ପର୍ବପର୍ବାଣି ଦିନରେ ବରାଦ ମୁତାବକ ଅଧିକ ଦିଆଯାଇଥାଏ। କୁମ୍ଭକାର ନିଯୋଗ ଏବଂ ଅନ୍ୟ କେତେକ ହାଣ୍ଡି ବ୍ୟବସାୟୀଙ୍କ ମାଧ୍ୟମରେ କୁମ୍ଭକାରମାନେ ସୁପକାରମାନଙ୍କୁ ଏହା ଯୋଗାଇଥାନ୍ତି। ଶ୍ରୀମନ୍ଦିରକୁ ବିଭିନ୍ନ ସମୟରେ ବାଇହାଣ୍ଡି, ସମାଧି ହାଣ୍ଡି, ଦାସିଆ, ଏମାର, ବଡ଼ମଠ, ସାନମଠ, ନମ୍ବରୀ, ଢଳା ଏବଂ ଭାତ କୁଡୁଆ ସହିତ ବିଭିନ୍ନ ପ୍ରକାର ଓଳି ଯଥା ଅଙ୍ଗବାସ ଓଳି, ସାନ ଚକ, ବଡ଼ ଚକ, ବଢା, ତରାଓଳି, ବଡ଼ତରା ଓଳି ଇତ୍ୟାଦି ଯୋଗାଣ ହୋଇଥାଏ। ସ୍ବତନ୍ତ୍ର ଭାବେ ମହାପ୍ରଭୁଙ୍କ କୋଠଭୋଗ ସେବା ପାଇଁ ତାଡ଼, ପାହାନ୍ତି, କଟସରା, ନିମାଳି, ଦୀପ, ବଢା, ନମ୍ବରୀ ଏବଂ ମେଞ୍ଚାଏ ମାଟି ଶ୍ରୀମନ୍ଦିର ପ୍ରଶାସନକୁ କୁମ୍ଭକାରମାନେ ଯୋଗାଇଥାନ୍ତି।
ଗତ ମେ ୩ ତାରିଖ ବାତ୍ୟା ଫନୀରେ ବେସାହାରା ହୋଇପଡ଼ିଛନ୍ତି କୁମ୍ଭକାର। ଶାଳ, ଭାଟି ଏବଂ ବିଭିନ୍ନ ଆସବାବପତ୍ର ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। ପୁରୀ ସହରରେ ୪୦୦ରୁ ଊର୍ଦ୍ଧ୍ୱ କୁମ୍ଭକାର ପରିବାର ବାସ କରୁଥିବାବେଳେ ବାତ୍ୟାରେ ୨୩୧ ପରିବାରର ଶାଳଘର ଓ ଆସବାବପତ୍ର କ୍ଷତିଗ୍ରସ୍ତ ହୋଇଛି। ଏହାବ୍ୟତୀତ ପୁରୀ ସଦରର ପ୍ରାୟ ୧୫୦, ବ୍ରହ୍ମଗିରିର ୪୦୦, ସତ୍ୟବାଦୀର ୯୦ ଏବଂ ଗୋପ ବ୍ଲକର ୧୦୦ରୁ ଊର୍ଦ୍ଧ୍ୱ ପରିବାର ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ସମସ୍ତ କ୍ଷତିଗ୍ରସ୍ତଙ୍କୁ ତତ୍କାଳ ୮,୨୦୦ ଟଙ୍କା ଲେଖାଏ ଯୋଗାଇଦେବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଇତିମଧ୍ୟରେ ପୁରୀ ସହରର ୧୯୦ ଏବଂ ବ୍ରହ୍ମଗିରି ବ୍ଲକର ପ୍ରାୟ ସମସ୍ତ କ୍ଷତିଗ୍ରସ୍ତଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କିନ୍ତୁ ପୁରୀ ସହରର ଅବଶିଷ୍ଟ, ପୁରୀ ସଦର, ସତ୍ୟବାଦୀ ଓ ଗୋପ ବ୍ଲକର କୌଣସି କ୍ଷତିଗ୍ରସ୍ତଙ୍କୁ ଏହି ସହାୟତା ଦିଆଯାଇନାହିଁ।
ସାଧାରଣତଃ ଏପ୍ରିଲ ଓ ମେ ମାସରେ କୁମ୍ଭକାରମାନେ ବର୍ଷକ ପାଇଁ ମାଟି, କାଠ, ବାଲି, ଝାଉଁ ଝାଟି ଓ ଛଣ ଇତ୍ୟାଦି କଞ୍ଚାମାଲ ସଂଗ୍ରହ କରି ରଖିଥାନ୍ତି। ଚଳିତବର୍ଷ ମେ ମାସ ପ୍ରାରମ୍ଭରେ ବାତ୍ୟା ଯୋଗୁ ଅନେକ କୁମ୍ଭକାର କଞ୍ଚାମାଲ ସଂଗ୍ରହ କରିପାରି ନ ଥିଲେ। ଯେଉଁମାନେ ସଂଗ୍ରହ କରିଥିଲେ ତାହା ବର୍ଷା, ପବନରେ ନଷ୍ଟ ହୋଇଯାଇଛି। ଲକ୍ଷାଧିକ ଟଙ୍କାର ଶାଳଘର, ଚକ ଏବଂ କଞ୍ଚାମାଲ ନଷ୍ଟ ହୋଇଥିବାବେଳେ ପ୍ରଶାସନିକ ସହାୟତା ୮,୨୦୦ ଟଙ୍କା ସମୁଦ୍ରକୁ ଶଙ୍ଖେ ବୋଲି କୁମ୍ଭକାର ନିଯୋଗ ସଦସ୍ୟ ମହେନ୍ଦ୍ର ବିଶୋଇ କହିଛନ୍ତି। ଅପରପକ୍ଷେ ବର୍ତ୍ତମାନ ବର୍ଷାଋତୁ ଆରମ୍ଭ ହୋଇଯାଇଥିବାବେଳେ କୁମ୍ଭକାରମାନେ ସେମାନଙ୍କ ଶାଳଘର ଓ ଭାଟି ପୁନଃନିର୍ମାଣ କରିପାରିନାହାନ୍ତି। ଫଳରେ ହାଣ୍ଡିକୁଡ଼ୁଆ ପ୍ରସ୍ତୁତି ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ସାଧାରଣତଃ ବର୍ଷାଋତୁରେ ହାଣ୍ଡିକୁଡ଼ୁଆ ପ୍ରସ୍ତୁତି ହ୍ରାସ ପାଉଥିବାବେଳେ ଚଳିତବର୍ଷ ଏହି ସମସ୍ୟା ଦୁଇଗୁଣା ହୋଇଛି। ଏହାର ପ୍ରଭାବ ଏବେଠୁ ଶ୍ରୀମନ୍ଦିରରେ ପରିଲକ୍ଷିତ ହେଲାଣି।
ଏ ସମ୍ପର୍କରେ ସୁଆର ସେବକ ଭୁବନେଶ୍ୱର ପଣ୍ଡା କହିଛନ୍ତି, ବରାଦୀ ଭୋଗ ପାଇଁ କୁଡ଼ୁଆର ସଙ୍କଟ ଦେଖାଦେଲାଣି। ପୂର୍ବରୁ ଯେଉଁ କୁଡ଼ୁଆ ୫ହଜାର ଟଙ୍କାରେ କିଣୁଥିଲୁ ଏବେ ଏହା ୧୩ହଜାର ଟଙ୍କାରେ କିଣୁଛୁ। ବାତ୍ୟା ପରଠାରୁ କୁଡ଼ୁଆ ଦର ବଢିବାରେ ଲାଗିଛି, ଆଗକୁ ମଧ୍ୟ ଆହୁରି ବଢିପାରେ। କୁଡ଼ୁଆର ଅଭାବ ପରୋକ୍ଷରେ ମହାପ୍ରସାଦ ଦର ଉପରେ ପଡୁଛି। ଏଥିପାଇଁ ସୁଆର ସେବକଙ୍କୁ ଦାୟୀ କରାଯିବା ଠିକ୍‌ ନୁହେଁ। ଏହାର ସମାଧାନ ନେଇ ଶ୍ରୀମନ୍ଦିର ପ୍ରଶାସନ ଉଦ୍ୟମ କରିବା ଜରୁରୀ। ସେହିପରି
ଶ୍ରୀମନ୍ଦିର ରାଜସ୍ବ ଉପପ୍ରଶାସକ ମଧୁସୂଦନ ଦାଶ କହିଛନ୍ତି, ପୁରୀ ସହର ଏବଂ ବ୍ରହ୍ମଗିରି ବ୍ଲକର ସମସ୍ତ କୁମ୍ଭକାରଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି। ଖୁବ୍‌ଶୀଘ୍ର ଆଲଟମେଣ୍ଟ ଚାଲିଆସିଲେ ପୁରୀ ସଦର ଏବଂ ଅନ୍ୟାନ୍ୟ ବ୍ଲକର କୁମ୍ଭକାରଙ୍କୁ ସହାୟତା ଦିଆଯିବ। କୁଡ଼ୁଆ ସମ୍ପର୍କରେ ସେ କହିଥିଲେ, କୋଠଭୋଗ ପାଇଁ କୁଡ଼ୁଆର କୌଣସି ଅଭାବ ନାହିଁ। ବରାଦୀ ମହାପ୍ରସାଦ ପାଇଁ କୁଡୁଆର ଅଭାବ ନେଇ ସୁଆର ମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଅବଗତ କରାଯାଇନାହିଁ।
(ରିପୋର୍ଟ-ହେମନ୍ତ କୁମାର ନାୟକ)


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri