‘ଫନୀ’ ପାଇଁ ୪୬୭୯ କୋଟିର ସହାୟତା, ‘ବୁଲ୍‌ବୁଲ’ ପାଇଁ ଓଡ଼ିଶାକୁ ମିଳିଲା ୫୫୨ କୋଟି

ଭୁବନେଶ୍ୱର,୩୧୨(ବ୍ୟୁରୋ): ଲୋକ ସଭାରେ ମଙ୍ଗଳବାର ବାତ୍ୟା ‘ଫନୀ’ ସହାୟତା ପ୍ରସଙ୍ଗ ଉଠିଛି। ଜୁଏଲ ଓରାମଙ୍କ ପ୍ରଶ୍ନରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଉତ୍ତର ଦେଇ କହିଛନ୍ତି, ଫନୀ ପାଇଁ ଓଡ଼ିଶାକୁ ମୋଟ ୪୬୭୯.୮୯୭ କୋଟି ଟଙ୍କା ଦିଆଯାଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ୩୪୦.୮୭୫ କୋଟି ଟଙ୍କା ଦିଆଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ୧୦୦୦ କୋଟିର ଅତିରିକ୍ତ ସହାୟତା ଦିଆଯାଇଥିଲା। ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ ୩୩୩୮.୨୨ କୋଟି ଟଙ୍କାର ଅତିରିକ୍ତ ସହାୟତା ଦିଆଯାଇଛି ବୋଲି ସେ କହିଛନ୍ତି।

ସେହିଭଳି ବାତ୍ୟା ‘ବୁଲ୍‌ବୁଲ୍‌’ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତା ଘୋଷଣା କରାଯାଇଛି। ପଶ୍ଚିମବଙ୍ଗ ସହ ଓଡ଼ିଶା ପାଇଁ ସହାୟତା ରାଶି ଘୋଷଣା କରିଛି କେନ୍ଦ୍ର। ଓଡ଼ିଶା ପାଇଁ ୫୫୨ କୋଟି ଏବଂ ପଶ୍ଚିମବଙ୍ଗ ପାଇଁ ୪୧୪ କୋଟି ୯୦ ଲକ୍ଷର ସହାୟତା ଘୋଷଣା କରାଯାଇଛି।

Share