ଫନୀ ପ୍ରଭାବିତ ୫ ଜିଲାର ହିତାଧିକାରୀ ପାଇବେ ଅତିରିକ୍ତ ଭତ୍ତା

ଭୁବନେଶ୍ୱର, ୨୫।୬(ବ୍ୟୁରୋ): ବାତ୍ୟା ଫନୀ ପ୍ରଭାବିତ ଅଞ୍ଚଳ ପାଇଁ ସରକାରଙ୍କ ନୂଆ ଘୋଷଣା। ଫନୀ ଦ୍ୱାରା ବିଶେଷ ପ୍ରଭାବିତ ହୋଇଥିବା ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଖୋର୍ଦ୍ଧା ଜିଲା ପାଇଁ ହିତାଧିକାରୀଙ୍କୁ ମିଳିବ ଅତିରିକ୍ତ ଭତ୍ତା। ମଧୁବାବୁ ପେନ୍‌ସନ ପାଉଥିବା ହିତାଧିକାରୀଙ୍କୁ ଏହି ସହାୟତା ପ୍ରଦାନ କରାଯିବ। ସେମାନେ ୧ ମାସର ଅତିରିକ୍ତ ଭତ୍ତା ପାଇବେ। ଅତିରିକ୍ତ ପେନ୍‌ସନ ବାବଦକୁ ରାଜ୍ୟ ସରକାର ୪୮ କୋଟି ୯୧ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ।

Share