ଫନୀ ସହାୟତାରୁ ବଞ୍ଚିତ ଚାଷୀ ଘେରିଲେ ତହସିଲ କାର୍ଯ୍ୟାଳୟ

ତିହିଡ଼ି,୪।୧୦(ଡି.ଏନ୍‌.ଏ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କାଁପଡ଼ା ପଞ୍ଚାୟତର ଚାଷୀମାନେ ଶୁକ୍ରବାର ତହସିଲ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଫନୀ ସହାୟତାରୁ ବଞ୍ଚିତ ହୋଇଥିବାରୁ ସେମାନେ ଏହି ପଦକ୍ଷେପ ନେବା ସହ ତହସିଲଦାରଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ ସହାୟତା ଲାଗି ସେମାନେ ଦାବି ଜଣାଇଛନ୍ତି। ଚାଷୀ ବସନ୍ତ ମଳିକ, ଗଣେଶ ମଳିକ, ଦାଶରଥି ମଳିକ,ପଦ୍ମଲୋଚନ ମଳିକ,ରମାକାନ୍ତ ମଳିକ ପ୍ରମୁଖଙ୍କ ନେତୃତ୍ୱରେ ଏହି ଘେରାଉ କରାଯାଇଛି।