Categories: ଜାତୀୟ

ଫରଓ୍ବାର୍ଡ ପୋଷ୍ଟରେ ସେନା ମୁଖ୍ୟ

ଲଦ୍ଦାଖ,୨୪।୬: ଭାରତ-ଚାଇନା ସୀମା ଲଦ୍ଦାଖରେ ଜୁନ୍‌ ୧୫ରେ ଦୁଇ ଦେଶର ସେନା ମୁହାଁମୁହିଁ ହୋଇଥିଲେ। ଏହି ସଂଘର୍ଷରେ ଭାରତ ୨୦ ବୀର ଯବାନଙ୍କୁ ହରାଇଥିଲା। ଆଉ ଏହାର କଡା ଜବାବ ମଧ୍ୟ ଦେଇଥିଲା ଭାରତ। ଲଦ୍ଦାଖ ଗସ୍ତରେ ଥିବା ଭାରତୀୟ ସେନା ମୁଖ୍ୟ ଏମ୍‌. ଏମ୍‌. ନରଓ୍ବଣେ ବୁଧବାର ଲଦ୍ଦାଖର ଫରଓ୍ବାର୍ଡ ପୋଷ୍ଟରେ ପହଞ୍ଚି ସେଠାରେ ମୁତୟନ ଥିବା ସେନାଙ୍କୁ ସମ୍ମାନୀତ କରିଛନ୍ତି। ଚାଇନା ସେନା ସହ ମୁହାଁମୁହିଁ ହୋଇଥିବା ଏହି ଯବାନଙ୍କୁ ସେନାମୁଖ୍ୟ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ସେନାମୁଖ୍ୟ ମଙ୍ଗଳବାର ଲଦ୍ଦାଖ ଗସ୍ତ କରିଥିବା ବେଳେ ପ୍ରଥମ ଦିନ ସେ ସେଠାରେ ଆହତ ଯବାନଙ୍କୁ ଭେଟିଥିଲେ।

Share