ଫରହାନ ଅଖତରଙ୍କୁ ପୂରିଲା ୪୬: ପାଠପଢ଼ା ଅଧାରୁ ଛାଡି ବଲିଉଡ୍‌ରେ ଦେଇଥିଲେ ପାଦ; ୫୦ ଥର ଦେଖିଛନ୍ତି ଶୋଲେ ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା ଫିଲ୍ମ ନିର୍ମାତା ଫରହାନ ଅଖତର ଗୁରୁବାର ତାଙ୍କର ୪୬ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୯୭୪ ଜାନୁୟାରୀ ୯ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ସେ ଅଧାରୁ ପାଠ ଛାଡି ରିତେଶ ସିଧ୍ୟଓ୍ବାନୀଙ୍କ ସହିତ ମିଶି ୧୭ ବର୍ଷ ବୟସରେ ଏକ ପ୍ରଡକସନ୍‌ ହାଉସ୍‌ ଆରମ୍ଭ କରିଥିଲେ। ଫରହାନଙ୍କ ଏଭଳି ପଦକ୍ଷେପରେ ମା’ ହନି ଇରାନୀ ବିରକ୍ତ ହୋଇ ତାଙ୍କୁ ଘରୁ ବାହାର କରିବାକୁ ଧମକ ଦେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ପ୍ରଡକସନ୍‌ ହାଉସ୍‌ ପକ୍ଷରୁ ଦିଲ୍‌ ଧଡକନେ ଦୋ,ଜୀନ୍ଦଗି ନ ମିଲେଗି ଦୋଓ୍ବାରା ଆଦି ଫିଲ୍ମ ନିର୍ମାଣ କରି ବେଶ୍‌ ଚର୍ଚ୍ଚାକୁ ଆସିଥିଲା। ବର୍ତ୍ତମାନ ସୁଦ୍ଧା ସେ ୫୦ ଥର ଶୋଲେ ଫିଲ୍ମ ଦେଖିସାରିଛନ୍ତି ବୋଲି ଏକ ସାକ୍ଷାତକାରରେ କହିଥିଲେ। ୨୦୦୦ରେ ସେ ଅଧୁନା ଭବାନୀ ଅଖତରଙ୍କୁ ବିବାହ କରିଥିଲେ। ୨୦୧୭ରେ ଅଧୁନାଙ୍କର ମୃତ୍ୟୁ ଘଟିଥିଲା।

Share