Categories: ବାଣିଜ୍ୟ

ଫର୍ଟିସର ପୂର୍ବ ପ୍ରମୋଟର ଶିବିନ୍ଦର ସିଂ ଗିରଫ

ନୂଆଦିଲ୍ଲୀ,୧୧-୧୦: ଫର୍ଟିସ ହେଲ୍‌ଥ୍‍ କେୟାରର ପୂର୍ବତନ ପ୍ରମୋଟର ଶିବିନ୍ଦର ସିଂଙ୍କୁ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ଗୁରୁବାର ଗିରଫ କରିଛି। ଠକେଇ ଏବଂ ଅର୍ଥ ହେରଫେର ମାମଲାରେ ଶିବିନ୍ଦରଙ୍କ ସମେତ ଅନ୍ୟ ତିନି ଜଣ ଗିରଫ ହୋଇଥିବା ପୋଲିସ ପକ୍ଷରୁ ସୂଚନା ରହିଛି। ଏଠାକାର ମନ୍ଦିର ମାର୍ଗ ପୋଲିସ ଷ୍ଟେଶନରେ ଜେରା ପାଇଁ ଆସିଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ସୁନୀଲ ଗଡଓ୍ବାନି, କବି ଅରୋରା ଏବଂ ଅନୀଲ ସକ୍ସେନା ରହିଛନ୍ତି। ଆଇପିସିର ଧାରା ୪୦୯ ଏବଂ ୪୨୦ ଆଧାରରେ ସେମାନଙ୍କୁ ଗିରଫ କରାଯାଇଛି। ଡିସେମ୍ବର ୨୦୧୮ରେ ରେଲିଗାରେ ଫିନଭେଷ୍ଟ ଲିମିଟେଡ ପକ୍ଷରୁ ସିଂ ଭ୍ରାତା ଏବଂ ଶୀର୍ଷ ମ୍ୟାନେଜମେଣ୍ଟ ବିରୋଧରେ ଏକ ଆପରାଧିକ ଅଭିଯୋଗ ହୋଇଥିଲା। ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ଏହି ମାମଲାର ତଦନ୍ତ କରୁଛି।

Share