ଫଳକ ଲଗା କାନ୍ଥ ଭୁଷୁଡ଼ି ଛାତ୍ରଙ୍କ ମୃତ୍ୟୁ ଘଟଣା: କନିଷ୍ଠ ଯନ୍ତ୍ରୀଙ୍କ ନାମରେ ମାମଲା, ପୋଲିସର ତନାଘନା

ପୁରୁଷୋତ୍ତମପୁର,୧୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ବାଘଳା ପଞ୍ଚାୟତ ଆଙ୍ଗୁ ନୂତନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ସୂଚନା ଫଳକ କାନ୍ଥ ଭୂଷୁଡ଼ି ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ବୁଦ୍ଧିଆ ଦାସଙ୍କ ପୁଅ ଶ୍ୟାମ ଦାସଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ସ୍କୁଲ ଏବଂ ବ୍ଲକ କର୍ତ୍ତୃପକ୍ଷ ପରସ୍ପର ଦୋଷ ଲଦାଲଦି ହେବାରେ ଲାଗିଛନ୍ତି। ଗୋଟିଏ ପକ୍ଷରେ ନିମ୍ନମାନର କାର୍ଯ୍ୟଯୋଗୁ ନୀରିହ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ପ୍ରଧାନ ଶିକ୍ଷକ ଅଭିଯୋଗ କରିଥିବା ବେଳେ ଅପରପକ୍ଷେ ବିଡିଓ ଏହାକୁ ଶିକ୍ଷକଙ୍କ ଦାୟିତ୍ୱହୀନତା ବୋଲି କହିଛନ୍ତି। ତେବେ ଏହି ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀଙ୍କ ସମେତ ୍‌ଅଞ୍ଚଳର ବିଭିନ୍ନ ସଂଗଠନ ପକ୍ଷରୁ ଦାବି ହୋଇଛି। ଥାନାରେ ମାମଲା ନଂ(୧୮୫/୧୯), ଦଫା ୩୦୪(ଏ) ପ୍ରକାରେ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତନାଘନା ଆରମ୍ଭ ହୋଇଛି।

Share