ଭୁବନେଶ୍ବର,୨୪ା୧(ବ୍ୟୁରୋ):କଳ୍ପନା ଛକ ନିକଟ ମା’ ତାରିଣୀ ଭେଣ୍ଡିଂ ଜୋନରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟଛି। ଏଥିରେ ୧୭ରୁ ଊର୍ଦ୍ଧ୍ୱ ଫଳ ଦୋକାନ ପୋଡି ପାଉଁଶ ହୋଇଯାଇଛି। ଦୋକାନରେ ଥିବା ଫଳ ଓ ଅନ୍ୟ ସାମଗ୍ରୀ ଜଳି ଯାଇଛି। ସୂଚନାନୁଯାୟୀ, ପ୍ରତି ଦିନ ଭଳି ରାତି ପ୍ରାୟ ୧୦ଟାରେ ବ୍ୟବସାୟୀମାନେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଆଉ କେତେଜଣ ବ୍ୟବସାୟୀ ଦୋକାନ ଭିତରେ ଶୋଇଥିଲେ। ରାତି ପ୍ରାୟ ୧୨ଟାରେ ଗୋଟିଏ ଦୋକାନରୁ ନିଅଁା ଓ ଧୂଆଁ ବାହାରୁ ଥିବା ଦେଖି କେହି ଜଣେ ପାଟି କରି ଡାକ ପକାଇ ଥିଲେ। ଏହାଶୁଣି ଭିତରେ ଶୋଇଥିବା ବ୍ୟବସାୟୀମାନେ ବାହାରକୁ ଚାଲି ଆସିଥିଲେ। ସେମାନେ ବାଲି ଓ ପାଣି ପକାଇଥିଲେ ମଧ୍ୟ ନିଅଁାକୁ ଆୟତ୍ତ କରି ପାରି ନ ଥିଲେ। କଳ୍ପନା ଅଗ୍ନିଶମ କର୍ମଚାରୀମାନେ ପହଞ୍ଚତ୍ ନିଅଁାକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ନିଅଁା ଏତେ ଜୋରରେ ଲାଗିଥିଲା ଯେ, ସେମାନେ ଲିଭାଇବାକୁ ପ୍ରାୟ ଦେଢ ଘଣ୍ଟା ଲାଗିଥିଲା। ବିଦ୍ୟୁତ୍ ଶର୍ଟସର୍କିଟରୁ ନିଆଁ ଲାଗିଥିବା ଅଗ୍ନିଶମ କର୍ମଚାରୀମାନେ ସନ୍ଦେହ କରିଛନ୍ତି। କେଶବ ସାହୁ, ସୁଦୀପ୍ତ ସାହୁ, କେଶବ ଚନ୍ଦ୍ର ନାଥ, ରମେଶ ଚନ୍ଦ୍ର ସାହୁ, ହୃଦାନନ୍ଦ ପ୍ରଧାନ, ଶତ୍ରୁଘ୍ନ ପ୍ରଧାନ, ବାବାଜି ଦାସ, ମାନଗୋବିନ୍ଦ ଜେନା, କୃଷ୍ଣଚନ୍ଦ୍ର ରାଉତ ପ୍ରମୁଖ ଦୋକାନ ଜଳି ଯାଇଥିବା ଜଣାପଡିଛି। ସୂଚନାଥାଉ କି, ୨୦୧୫ ରେ ଏହି ଭେଣ୍ଡିଂ ଜୋନର ପ୍ରାୟ ୨୫ ଦୋକାନ ପୋଡି ଯାଇଥିଲା।